ଗୋପପୁରକୁ କଂସାସୁରଙ୍କ କାଳୀୟନାଗ ପ୍ରେରଣ

0

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମରେ ୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ବିଡିଓ ମହାଶୟା ମଧୁଛନ୍ଦା ସାହୁଙ୍କ କର କମଳରେ ଉଦ୍‌ଘାଟିତ ହୋଇ ଆଜି ଷଷ୍ଠ  ରଜନୀରେ ପଦାର୍ପଣ କରିଛି।ଆଜି ଯାତ୍ରାର ଷଷ୍ଠ ରଜନୀରେ ଅତିଥି ଭାବେ ରାଜ ଦରବାରରେ ଯାତ୍ରା କମିଟିର ସଭାପତି ମୋତିଲାଲ ସାହୁ ,କମିଟିର ସଂପାଦକ ଶ୍ରୀଯୁକ୍ତ ଚୈତନ୍ଯ ସାହୁ  ବିଶିଷ୍ଟ ସମାଜ ସେବି ପ୍ରମୋଦ ଦେବତା,କମିଟିର ଦାୟିତ୍ୱବାନ କର୍ମକର୍ତ୍ତା ଶ୍ରୀମାନ ସତ୍ୟ ସାହୁ,  ଅଲେଖ ସାହୁ ଏବଂ ଓଡିଶା ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ରର ବରଗଡ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଲଲିତ କୁମାର ଜଗତ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରାପ୍ତ ତଥା କୁନି ନୃତ୍ୟ ଶିଳ୍ପୀ ଆଭାରାଣୀ ସାହୁ ଏବଂ ପ୍ରିୟାଶୁ କୁମାର ଜଗତଙ୍କ ରଙ୍ଗବତୀ ନୃତ୍ୟରେ ଝୁମିଥିଲେ ମହାରାଜ କଂସ ଏବଂ ଉପସ୍ଥିତ ଦର୍ଶକ।ଆଜିର ଷଷ୍ଠ  ରଜନୀରେ ମହାରାଜ କଂସ ରାଜଦୂତ ଠାରୁ ତୃଣା,ଷଣ୍ଢା,ଶକଟା,ବକା,ଧିନୁକାର ନିହତ ହେବାର ଖବର ପାଇ ମର୍ମାହତ ହୋଇ ପଡିଥିଲେ ଠିକ୍ ଏହି ସମୟରେ ଦେବର୍ଶୀ ନାରଦ ରାଜ ଦରବାରରେ ଆବିର୍ଭାବ ହୋଇଥିଲେ।

ମହର୍ଷିଙ୍କ ମତରେ  ମହାରାଜ କଂସ ରାଣୀ ପଦ୍ମବତୀଙ୍କୁ ଧନ୍ଵନ୍ତରୀ ଓଷା କରିବାପାଇଁ ଆଦେଶ ଦିଅନ୍ତୁ ଏବଂ ସେହି ଓଷା ପାଇଁ ଆବଶ୍ୟକ ଲକ୍ଷେଭାର ପଦ୍ମଫୁଲ ପାଇଁ ଭଣଜା ଦ୍ବୟଙ୍କୁ ଖବର ଦିଅନ୍ତୁ,ଖବର ପାଇ ରାମକୃଷ୍ଣ ବେନି ଭାଇ କାଳିନ୍ଦୀ  ହ୍ରଦକୁ ଯିବେ ଏବଂ ସେଠାରେ ପୂର୍ବରୁ ଜଗି  ରହିଥିବା କାଳୀୟ ନାଗର ବିଷ ଜ୍ଜ୍ୱାଳାରେ ପ୍ରାଣ ହରେଇବେ ବୋଲି ମନ୍ତ୍ରଣା ଦେଇଥିଲେ।ମହାରାଜ କଂସାସୁରଙ୍କ ଆଦେଶରେ ଗୋପପୁର ପ୍ରାନ୍ତେ ଛୁଟିଯାଇଛି କାଳିୟ ନାଗ। ମଗଧର ରାଜା ଜରାସନ୍ଧକୁ ଯୁଦ୍ଧରେ ପରାସ୍ତକରି ମହାରାଜ କଂସ ମଗଧ ନରେଶର ଦୁଇଝିଅ ହେତି ଓ ପ୍ରହିତିଙ୍କୁ ବିବାହ କରିଥିଲେ।

Leave A Reply

Your email address will not be published.