ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କ୍ରିଏଟିଭ ଆର୍ଟସ ପକ୍ଷରୁ ବିଜୁ ପଟ୍ଟନାୟକ ସ୍ମୃତି ସମାରୋହ : ୨୧ଜଣ ହେଲେ ସମ୍ମାନିତ 

0

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଆର୍ବନ ବ୍ୟାଙ୍କ ଖେଳପଡିଆ ଠାରେ ମହାନ୍‍ ଜନନାୟକ ତଥା ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ସ୍ମୃତି ସମାରୋହ କାର୍ଯ୍ୟକ୍ରମ ଗଜପତି ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ୍‍ ଆର୍ଟସ ପକ୍ଷରୁ ମହା ଆଡମ୍ୱର ସହକାରେ ପାଳିତହୋଇଯାଇଛି । ଏହି ଅବସରରେ ସ୍ମୃତିଚାରଣ ସଭା ଓ ବିଜୁ ସ୍ମୃତି ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ରିଏଟିଭ ଆର୍ଟସର ସଭାପତି ନୃସିଂହ ଚରଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ପୂର୍ବତନ ଉପବାଚସ୍ପତି ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡା, ବ୍ରହ୍ମପୁର ଅଞ୍ଚଳର ବିଶିଷ୍ଟ ସମାଜ ସେବୀ ଟି.ଗୋପୀ, ପାରଳାର ପୂର୍ବତନ ବିଧାୟକ କେ.ନାରାୟଣ ରାଓ, ଗଜପତି ଜିଲ୍ଲା ବିଜୁ ଜନତା ଦଳର ସଭାପତି ପ୍ରଦୀପ ନାୟକ ଏବଂ ବରିଷ୍ଠ ସ୍ୱେଚ୍ଛାସେବୀ ଲକ୍ଷ୍ମୀକାନ୍ତ ପରିଛା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ କର୍ମମୟ ଜୀବନୀ ଉପରେ ସ୍ମୃତିଚାରଣ ଓ ଗୁଣଗାନ କରି ତାଙ୍କର ଇଣ୍ଡୋନେସିଆ ସରକାରଙ୍କ ଦ୍ୱାରା  ଭୂମିପୁତ୍ର ସମ୍ମାନ ଏବଂ ନୂତନ ଓଡିଶା ଗଠନର ଅଗ୍ରଗତି ଉପରେ ସବୁବେଳେ ସ୍ୱପ୍ନ ଦେଖି ତାକୁ ବାସ୍ତବିକତାରେ ପରିଣତ କରାଇବା ଦିଗରେ କିଭଳି ଉଦ୍ୟମ କରି ଆସୁଥିଲେ ଏବଂ ତାଙ୍କ ଅମଳରେ ରାଜ୍ୟରେ କଣ କଣ ସବୁ ବିକାଶମୂଳକ କାର୍ଯ୍ୟ ସବୁ ହୋଇଛି ସେ ସବୁର ବିଭିନ୍ନ ଦିଗ ଉପରେ ମଞ୍ଚାସୀନ ଅତିଥି ଭାବେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପାରଳାଖେମୁଣ୍ଡି ମାଟି ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ପାଇଁ ଅବଦାନ ରହିଥିବା ସାମ୍ୱାଦିକ ପାଇଁ ନବିନାନନ୍ଦ ଗନ୍ତାୟତ, କେ.ସିଏଚ ରତ୍ନମ, ପାଇକ ଆଖଡା ଓ ଖଣ୍ଡା ସାଧନ ପାଇଁ ଅଶୋକ ଗନ୍ତାୟତ, ଶିଙ୍ଘଶିଳ୍ପ ପାଇଁ ନିଳମଣି ମହାରଣା, ବ୍ୟଙ୍ଗ ଚିତ୍ରକାର ପାଇଁ ଏମ ଶେଖର, ବଂଶୀବାଦକ ପାଇଁ ଭି. କୁରୁମୁନାଥମ, ସେକ୍ସୋଫୋନ  ପାଇଁ ଆର ମନ୍ମଥ ରାଓ, ନୃତ୍ୟ ପାଇଁ ଗଣେଶ ମହାରଣା, ଶୁଭେନ୍ଦୁ ମହାନ୍ତି, ସାଂସ୍କୃତିକ ସଂଗଠକ ପାଇଁ ପୂର୍ଣ୍ଣଚନ୍ଦ୍ର ରଥ, ଅମୂଲ୍ୟ ରତ୍ନ ସାହୁ, କ୍ରୀଡାପାଇଁ ରେଖାରାଣୀ ଦେଓ,  ରାମକୃଷ୍ଣ ବେଣିଆ, ସମାଜସେବାପାଇଁ ନିହାର ପଣ୍ଡା, ମଞ୍ଚ ଅଭନେତା ମାତାଙ୍ଗିନୀ ଗୁରୁ, ସାହିତ୍ୟ ପାଇଁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, କାଳିକିଂଙ୍କର ମିଶ୍ର, ନାଟ୍ୟ ନିର୍ଦ୍ଦେଶନା ପାଇଁ ଦେବେନ୍ଦ୍ରଦାସ, ସଙ୍ଗୀତ ନିର୍ଦେଶକ ପାଇଁ ରଘୁନାଥ ପାତ୍ର , କବି ପାଇଁ ଉମାକାନ୍ତ ପାଢୀ , ନାଟ୍ୟ ନିର୍ଦ୍ଦେଶକ, ଚିତ୍ରଶିଳ୍ପୀ ପାଇଁ ଅର୍ଜ୍ଜୁନ ନାୟକ ପ୍ରଭୃତି କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କୁ ବିଜୁ ସ୍ମୃତି ସମ୍ମାନରେ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ ହୋଇଥିଲା । ମନୋଜ ପାଢୀ ଧନ୍ୟବାଦ ଦେଇଥିବା ବେଳେ ମନୋଜ କୁମାର ପାଢୀ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସମସ୍ତ କାର୍ଯ୍ୟକ୍ରମକୁ ଆଦର୍ଶ ଦାସ ପରିଚାଳନା କରିଥିଲେ ।

 

Leave A Reply

Your email address will not be published.