କେଏମ୍ଏଚ୍ଏସ୍-୮୬ର ବନ୍ଧୁମିଳନ

0

କଟକ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ପିକରାଳିସ୍ଥିତ କପିଳ ମୁନି ହାଇସ୍କୁଲ୍ (କେଏମ୍ଏଚ୍ଏସ୍)ର ୧୯୮୬  ମାଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀଙ୍କର ଏକ ବନ୍ଧୁମିଳନ କଟକ ମହାନଦୀ ଅନୁଷ୍ଠିତ  ହୋଇଯାଇଛି । ଆୟୋଜିତ ସମାବେଶରେ ବ୍ୟାଚର  ୪୦ ଜଣ ଛାତ୍ରଛାତ୍ରୀ ସପରିବାର ଯୋଗ ଦେଇ  ଆଗାମୀ ଦିନରେ ସ୍କୁଲ୍ ଓ ଅଂଚଳର  ଉନ୍ନତି ଦିଗରେ କଣ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ବିଷଦ  ଆଲୋଚନା କରିଥିଲେ । କେଏମ୍ଏଚ୍ଏସ୍-୮୬ ବ୍ୟାଚର ପରଲୋକଗତ ୯ ଜଣ ଛାତ୍ରଛାତ୍ରୀଙ୍କ ସ୍ମୃତିରେ ଶୋକସଭା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ବ୍ୟାଚର  ଧିରେନ୍ କୁମାର ବେହେରା, ଭାଗ୍ୟରଥୀ ବେହେରା, ଅଶୋକ  ସିଂହ, କିଶୋର କୁମାର ଦାସ, ପ୍ରଫୁଲ୍ଲ କୁମାର ବେହେରା, ସନ୍ତୋଷ ଦାସ, ଚିତ୍ତରଂଜନ ପରିଡ଼ା ପ୍ରମୁଖ ସମାରୋହ ସଂଯୋଜନା ଓ ପରିଚାଳନା କରିଥିବା ବେଳେ ସଂଗ୍ରାମ ସାମଲ, ନିମାଇଁ ପ୍ରଧାନ, ମାନସ ପଣ୍ଡା, ସୁମିତ୍ରା ଚୌଧୁରୀ ,ପୁଷ୍ପାଞ୍ଜଳି ପଣ୍ଡା, ପୁଷ୍ପାଞ୍ଜଳି ନାୟକ, ପ୍ରମୋଦିନୀ ମିଶ୍ର, ସନ୍ଧ୍ୟାରାଣୀ ବେହେରା, ସତ୍ୟଭାମା ବେହେରା, ପ୍ରମୋଦ  ମହାରଣା, ଶଶିକାନ୍ତ ବେହେରା, ରବୀନ୍ଦ୍ର କୁମାର ନାୟକ, ପ୍ରଶାନ୍ତ  କୁମାର ପରିଡ଼ା, ସୁଶାନ୍ତ ପରିଡ଼ା, ମାଗୁଣି ବେହେରା, ଅକ୍ଷୟ ସିଂହ ପ୍ରମୁଖ ସହଯୋଗ କରିଥିଲେ । 

Leave A Reply

Your email address will not be published.