ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ଗୁରୁବାର ଦିନ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ବେଲଗୁଣ୍ଠା ରୋଡ଼ ପେଟ୍ରୋଲ ଟାଙ୍କି ନିକଟ ମୁଖ୍ୟ ସଡ଼କରେ ଏକ ନୂତନ ଜନସେବା କେନ୍ଦ୍ର ଆରମ୍ଭ ହୋଇଛି। ବରିଷ୍ଠ ସାମ୍ବାଦିକ ମାଗୁଣି ମିଶ୍ର ଵିଧିବଦ୍ଧ ଭାବେ ପୂଜା ଅର୍ଚ୍ଚନା କରି ଜନସେବାକେନ୍ଦ୍ରକୁ ଉଦଘାଟନ କରିଥିବାବେଳେ ଜୀବନବୀମା ନିଗମର ବରିଷ୍ଠ ଏଜେଣ୍ଟ ପ୍ରସନ୍ନ କୁମାର ସେଠୀ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଅନୁଷ୍ଠାନର ଉଦ୍ୟୋକ୍ତା ସୁନୀଲ କୁମାର ବେହେରା କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେଇ କହିଥିଲେ ଏଠାରେ ଜେରକ୍ସ, ପାନକାର୍ଡ, ଆଧାରକାର୍ଡ଼, ଜାତିଗତ ପ୍ରମାଣ ପତ୍ର, ପଛୁଆ ବର୍ଗ ପ୍ରମାଣ ପତ୍ର, ଲେମିନେସନ, ଆୟପ୍ରମାଣ ପତ୍ର, ନୂତନ ବିଦ୍ୟୁତ ସଂଯୋଗ କ୍ଷେତ୍ରରେ ସୁଲଭ ମୂଲ୍ୟରେ ସମସ୍ତ କାର୍ଯ୍ୟ କରିବେ। ନିମନ୍ତ୍ରିତ ଅତିଥି ମଧ୍ୟରେ ରମେଶ ମେଦିନିରାୟ, ପ୍ରଫୁଲ କୁମାର ଜେନା, ପ୍ରଦୋଷ ରଞ୍ଜନ ହୋତା, ବିଶ୍ୱନାଥ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post