ଆଦିତ୍ୟ ଆଲୁମିନା ରିଫେନେରୀ ଆନୁକୁଲ୍ୟ ରେ କଂସାରୀଗୁଡା ଠାରେ ଆଶା କିରଣ ପ୍ରକଳ୍ପ ର ଶୁଭ ଉଦଘାଟନ

3

କାଶୀପୁର ରୁ ବୈକୁଣ୍ଠ ଦୁରିଆ- ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କଂସାରୀଗୁଡା ଠାରେ ନିର୍ମାଣ ହେବାକୁ ଯାଉଥିବା ଆଦିତ୍ୟ ଆଲୁମିନା ରୀଫେନେରି ପ୍ରକଳ୍ପ ସହାୟତାରେ ପ୍ରକଳ୍ପ ଅଞ୍ଚଳ ର ବିଭିନ୍ନ ଗ୍ରାମରେ ସି ଏସ ଆର ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାନ ହାତକୁ ନେଇ ଅଞ୍ଚଳ ରେ ଶିକ୍ଷା ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦେଇ ପ୍ରାଥମିକ ସେବା ଯୋଗାଇ ଦେଇଆସୁଥିବା ବେଳେ ଆଜି କଂସାରିଗୁଡା ଠାରେ ଆଦିତ୍ୟ ଆଲୁମିନା ପ୍ରକଳ୍ପ ମୂଖ୍ୟ ଶ୍ରୀ ମଜହର ବେଗ ଉପସ୍ଥିତ ରହି ଆଶା କିରଣ ନାମକ ଏକ ପ୍ରକଲ୍ପର ଶୁଭ ଉଦଘାଟନ କରିଥଲେଏବଂ ବିଦୂତ୍ ସେବାରୁ କଂସାରିଗୁଡା ଗ୍ରାମବାସି ଯେଭଳି ବଞ୍ଚିତ ନ ହେବେ ତାହାକୁ ଦୃଷ୍ଟି ରେ ରଖି ଏକ ଡିଜି ର ବ୍ୟବସ୍ଥା କରିବା ସହ ବର୍ଷା ଋତୁ କୁ ଦୃଷ୍ଟି ରେ ରଖି ବାସ ଚୂତ ପରିବାର ସଦସ୍ୟଙ୍କୁ ତାରପିଲିନ ବଣ୍ଟନ କରିଥିଲେ ଆଶା କିରଣ ର ମୁଖ୍ୟ ଲକ୍ଷ୍ୟ ଗ୍ରାମରେ ଥିବା ମହିଳାଙ୍କୁ ସ୍ବାକ୍ଷର କରି ସ୍ବାବଲମ୍ବୀ କରି ଆତ୍ମ ନିର୍ଭର ଶିଳ କରାଇବା ଦିଗରେ କାର୍ଯ୍ୟ କରାଇବ ବୋଲି ଶ୍ରୀ ବେଗ କହିଥିଲେ
ଆଜିର ଏହି କାର୍ଯ୍ୟକ୍ରମ ରେ ପ୍ରକଲ୍ପ ମୂଖ୍ୟ ଶ୍ରୀ ମଜ୍ ହର ବେଗ ପ୍ରକଳ୍ପ ଉପସଭାପତି କୌସିକ ଶରଣ ମିଶ୍ର ମାନବ ସମ୍ବଳ ଅଧିକାରୀ ଦୀପକ ମହାନ୍ତି ଆଡମିନ ବ୍ରିଗେଡିଆର ବିଗ୍ନେଶ ମହାନ୍ତି ଲୋକ ସମ୍ପର୍କ ଅଧିକାରୀ ଭାଉ ରାଓ ସାଉନେ ବସନ୍ତ ପାଣିଗ୍ରାହୀ,ବିଶ୍ୱମହିନି ମାହାନ୍ତି ପ୍ରମୁଖ ଉପସ୍ଥିତ ରହି ଥିବାବେଳେ ବିଜୟ ରତ୍ନ ଚୌଧୁରୀ ବିଦ୍ୟା ରତ୍ନ ଚୌଧୁରୀ କାଂଶରି ଜାନି ଡଉଲ ରତ୍ନ ଚୌଧୁରୀ ଗୌରାଙ୍ଗ ରତ୍ନ ଚୌଧୁରୀ ପାଇକୁ ଝଡ଼ିଆ ରାଜେନ୍ଦ୍ର ଦୂରିଆ ଅଗସ୍ତି ହଲବା ନିଳକଣ୍ଠ ଝଡିଆ ଅରଜି ମାଝି ଯାଦବ ଚୌଧୁରୀ ପୂର୍ଣ୍ଣ ରତ୍ନ ଚୌଧୁରୀଓ ପ୍ରମୁଖ ଅଞ୍ଚଳ ବାସି ଉପସ୍ଥିତ ରହି ଆଦିତ୍ୟ ଆଲୁମିନା ପ୍ରକଳ୍ପ ର ଏ ଭଳି ମହତ୍ତ୍ଵ ପୂର୍ଣ୍ଣ କାର୍ଯ୍ୟକ୍ରମ ଗୁଡ଼ିକୁ ଭୂୟସି ପ୍ରଶଂସା କରିଥିଲେ ଆଜିର ଏହି କାର୍ଯ୍ୟକ୍ରମ କୁ ଆଶା କିରଣ ର କର୍ମ କର୍ତ୍ତା ମାନେ ପରିଚାଳନା କରିଥିଲେ |

Leave A Reply

Your email address will not be published.