ଧର୍ମପରାୟଣା ମହିଳାଙ୍କ ପରଲୋକ

3

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ଗୌଡ଼ଙ୍କ ଧର୍ମପତ୍ନୀ ରେବତୀ ଗୌଡ଼(୭୦)ଙ୍କ ପରଲୋକ ଘଟିଛି I ରେବତୀ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ବ୍ୟାଧିରେ ପୀଡ଼ିତ ଥିଲେ I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ ହରିହରଙ୍କ ସମେତ ଦିଅର ତଥା ଅବସରପ୍ରାପ୍ତ ପୋଷ୍ଟ୍ ମାଷ୍ଟର୍ ବଂଶୀଧର ଗୌଡ଼,ପୁଅ ଜଗଦୀଶ, କାହ୍ନୁ,ଜ୍ଵାଇଁ ରବୀନ୍ଦ୍ର,ବିନୋଦ, ଝିଅ ସୌଭାଗ୍ୟ,ଇନ୍ଦିରା, ନାତି ଆଶୀର୍ବାଦ, ବାବୁଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ I ସ୍ଵର୍ଗତ ରେବତୀ ଜଣେ ଧର୍ମ ପରାୟଣା ଏବଂ ପରୋପକାରୀ ମହିଳା ଥିଲେ I ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି I ତାଙ୍କ ମୃତ୍ୟୁ ଖବର ପାଇ ନିମେଇ ଚରଣ ନାୟକ, ପଦ୍ମନାଭ ଗୌଡ଼, ଭଗବାନ ନାୟକ, ରାଘବ ପରିଡା, ଦିଗାମ୍ବର ଜେନା, ସୁରେନ୍ଦ୍ର ସାହୁ, ମୋଚୀରାମ ନାୟକ, କାହ୍ନୁ ଦଳବେହେରା, ଶରତଚନ୍ଦ୍ର ମହାନ୍ତି, ରାଜକିଶୋର ମହାନ୍ତି, ପଞ୍ଚାନନ ସାବତ, ବାଳକୃଷ୍ଣ ସାବତ ଏବଂ ଗ୍ରାମବାସୀ ରେବତୀ ଅନ୍ତିମ ଦର୍ଶନ କରିବା ସହିତ ଗଭୀର ଶୋକ ବ୍ୟକ୍ତ କରିଛନ୍ତି I ଗ୍ରାମ ଶ୍ମଶାନରେ ରେବତୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି I

Leave A Reply

Your email address will not be published.