ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ସ୍ଥିତ ଜଗନ୍ନାଥପାଟଣା ସାହି ରେ ଜଣେ ମହିଳା ଗାମୁଛାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି I ଖବର ନେବାରେ ଜଣା ପଡିଛି ଯେ ରାଧିପଲ୍ଲୀ ଗ୍ରାମର ଅରକ୍ଷିତ ସେଠୀଙ୍କ ଝିଅ ଝିଲି ସେଠୀ (୩୪) ସୋରିଷମୁଳି ଗ୍ରାମର ଅଜୟ କୁମାର ସେଠୀ( ୩୬) କୁ ବିବାହ କରିଥିଲା I ସେମାନେ ତିନି ବର୍ଷ ହେବ ନିଜର ଦୁଇ ପୁଅ ସହିତ ବେଲଗୁଣ୍ଠା ଜଗନ୍ନାଥ ପାଟଣା ସାହିରେ ଭଡାରେ ରହି ଆସୁଥିଲେ I ସ୍ୱାମୀ ଅଜୟ ଜଣେ ରାଜମିସ୍ତ୍ରୀ ହୋଇଥିବାରୁ ସବୁଦିନ ଭଳି ଆଜି ସକାଳ ଛଅଟାରେ ବାଲିପଦର ରଘୁନାଥ ମନ୍ଦିର କାମକୁ ଚାଲି ଯାଇଥିଲେ । ସକାଳେ ୧୦ଟା ବେଳେ ଅଜୟ ସ୍ତ୍ରୀ ଝିଲି ସହିତ ଭିଡିଓ କଲରେ କଥା ହେଇଥିଲେ । ସନ୍ଧ୍ୟା ସାଢେ ଚାରିଟାରେ ବଡ ପୁଅ ବିଦ୍ୟାଳୟରୁ ଘରକୁ ଫେରି ମା ଝିଲି ପଙ୍ଖାରେ ଗାମୁଛାକୁ ଫାଶୀ କରି ଆତ୍ମହତ୍ୟା କରିଥିବା ନେଇ ଫୋନ କରିକି ବାପାକୁ ଜଣାଇଥିଲା I ଖବର ପାଇ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଦୀପକ ମିଶ୍ର, ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର, ଏସ୍ଆଇ ଅଭୟ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ମୃତ ଝିଲିର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ୍ କୁ ପଠାଇଛନ୍ତି I ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ I ଆତ୍ମହତ୍ୟାର କାରଣ ଜଣା ପଡ଼ିନଥିବା ବେଳେ ପୋଲିସ୍ ଘଟଣାର ତଦନ୍ତ କରୁଛି I
Sign in
Sign in
Recover your password.
A password will be e-mailed to you.
Prev Post
Next Post