ପାଇକମାଳ :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ପରିସରରେ ଜିଲ୍ଲାସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ଲସମାରୋହ ବି.ଡ଼ି.ଓ. ପ୍ରଫୁଲ୍ଲ କୁମାର ଓଦୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସମାରୋହରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ସ୍ନେହା ଅରୁଗୁଲା ଯୋଗଦାନ କରି ପାଇକମାଳ ବ୍ଲକର ରାଜ୍ୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଚ ପଦକ ହାସଲ କରିଥିବାରୁ ଭୂୟସୀ ପ୍ରଶଂସା କରିଥିଲେ ତଥା ଆକଂକ୍ଷୀ ହାଟ ର ଉଦଘାଟନ କରି ଭୋକାଲ ଫର ଲୋକାଲ ପରିଦର୍ଶନ ସହ, ବିଦ୍ୟାଳୟ ପରିସର ରେ ବୃକ୍ଷ ରୋପଣ ଓ ଶ୍ରେଣୀ ପରିଦର୍ଶନ କରିଥିଲେ l ସମ୍ମାନିତ ଅତିଥିଭାବେ ପଦ୍ମଶ୍ରୀ ହଳଧର ନାଗ ସମ୍ବଲପୁରୀ ଭାଷା ର ବିଶ୍ଵ ଦରବାର ରେ ଆଦୃତ ହେବା କଥା ବର୍ଣ୍ଣନା କରିଥିଲେ l ସମ୍ମାନିତ ଅତିଥି ଭାବରେ ସାଂସଦ ପ୍ରତିନିଧି ଗୋବର୍ଦ୍ଧନ ଭୁଏ ଏ.ଡି.ଇ.ଓ. ବିନୟ ପ୍ରକାଶ ସଏ ବି.ଇ.ଓ.ଅଦନ ସୁନା ଜିଲ୍ଲା ଯୋୟନା ଯୁଗ୍ମ ନିର୍ଦ୍ଦେଶକ ମଞ୍ଚାଷିନ ଥିଲେ ସତ ପ୍ରତିଶତ ଲକ୍ଷ୍ୟ ହାସଲ କରିଥିବା ସ୍ବାସ୍ଥ୍ୟ, କୃଷି ସହ ସମସ୍ତ ବିଭାଗ କୁ ସମ୍ମାନିତ କରାଯାଇଥିଲା l ଆକାଂକ୍ଷୀ ବ୍ଲକ ସଂଯୋଜକ ମଧୁସ୍ମିତା ବେହେରା ଏ.ବି.ଡି.ଓ. ଦେବାଶିଷ ସିନ୍ନା ଓ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ କାର୍ଯକ୍ରମ ସଂଯୋଜନା କରିଥିଲେ l ଏହି ଅବସର ରେ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା,ପ୍ରକୃତି ମିତ୍ର ବଡ଼ ଶତପଥୀ ମୁଖ୍ୟ ଅତିଥି ଙ୍କୁ ଚାରାଗଛ ଉପହାର ଦେଇଥିଲେ ଏବଂ ତ୍ରିଲୋଚନ ନାଏକ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post