ସୁବର୍ଣ୍ଣପୁର ଜିଲ୍ଲାର ୭୯ତମ ସ୍ବାଧିନତା ଦିବସ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

3

ସୁବର୍ଣ୍ଣପୁର, ଶାସକ ପ୍ରଶାସକ( ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାସ୍ତରୀୟ ୭୯ତମ ସ୍ବାଧିନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ.ନୃପରାଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଉଭୟ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ଶ୍ରୀମତି ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଉପଜିଲ୍ଲାପାଳ,ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀବୃନ୍ଦ, ସୋନପୁର ସହରର ବୁଦ୍ଧିଜୀବୀ ବୃନ୍ଦ, ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ମହାବିଦ୍ୟାଳୟ ଗୁଡିକର ଅଧ୍ୟକ୍ଷ/ଅଧ୍ୟକ୍ଷା, ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀ ବୃନ୍ଦ, ସୋନପୁର ସହରର ସମସ୍ତ ସେଚ୍ଛାସେବୀ ସଂଗଠନ/ ଅନୁଷ୍ଠାନର କର୍ମକର୍ତ୍ତା ବୃନ୍ଦ, ସମସ୍ତ ଯୁବକ ସଂଘ,କ୍ଲବ ଓ ଏସୋସିଏସନ୍ ର କର୍ମକର୍ତ୍ତା, ଜିଲ୍ଲା ସାମ୍ବାଦିକ ସଂଘ ଓ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା, ସମସ୍ତ ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ଗୁଡିକର କର୍ମକର୍ତ୍ତା ବୃନ୍ଦ ଓ ସମ୍ବାଦ। ପତ୍ର ଓ ବୈଦ୍ୟୁତିକ ଗଣ ମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତଥିଲେ । ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଜିଲ୍ଲା ପଞ୍ଚାୟତ ଅଧିକାରୀ, ସୁବର୍ଣ୍ଣପୁର ସମସ୍ତଙ୍କୁ ସ୍ଵାଗତ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପ୍ରଧାନ ସଭା ପରିଚାଳନା କରିଥିଲେ ।ଏହି ପ୍ରସ୍ତୁତି ବୈଠକରେ ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ସଠିକ୍ ଭାବରେ
ସ୍ବାଧିନତା ଦିବସ ପାଳନ ପାଇଁ ଜିଲ୍ଲାପାଳ, ଉପସ୍ଥିତଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ଠାରୁ ସୁଚିନ୍ତିତ ମତାମତ ଲୋଡିଥିଲେ ଏବଂ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବୈଠକର ଆଲୋଚ୍ୟ ବିଷୟ ବସ୍ତୁ ଅନୁଯାୟୀ ସବିଶେଷ ଆଲୋଚନା କରାଯାଇ ପ୍ରସ୍ତାବ ଗୁଡ଼ିକ ଗୃହୀତ କରାଗଲା ଓ ତଦନୁଯାୟୀ ସ୍ବାଧିନତା ଦିବସ ପାଳନ ନିମନ୍ତେ ଜଡ଼ିତ ଥିବା ଅଧିକାରୀ ମାନଙ୍କୁ ଓ ବ୍ୟକ୍ତି ବିଶେଷଙ୍କୁ ଆବଶ୍ୟକୀୟ ଦାୟିତ୍ଵ ଅର୍ପଣ କରାଗଲା।ବୈଠକ ଶେଷରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.