ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ) ବରଗଡ ଜିଲ୍ଲା ଅତାବିରା ବ୍ଳକ ସ୍ଥିତ ଲରମ୍ଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ଭୋଇଙ୍କ ଚାକିରି ଜୀବନ କାର୍ଯ୍ୟକାଳ ସମାପ୍ତ ହେତୁ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା ।ମହାବିଦ୍ୟାଳୟ ପ୍ରଫେସର ଅଶୋକ କୁମାର ମହାନ୍ତିଙ୍କ ସଭାପତିତ୍ବରେ ମନୋରଂଜନ ତ୍ରିପାଠୀ, ଡ.ଜୟନ୍ତ କୁମାର ସାହୁ, ଡ. ଶାନ୍ତିଲତା ବାରିକ, ପ୍ରମୋଦ ଚନ୍ଦ୍ର ସେଠ ମଂଚାସୀନ ରହି ଅଧ୍ୟକ୍ଷଙ୍କ ବିଗତ ଚାକିରି ଜୀବନର କଥାକୁ ସ୍ନୁତି ଚାରଣ କରିଥିଲେ । ଡ. ଭୋଇ ୧୯୮୮ ମସିହାରେ ପ୍ରଥମକରି ବୀରମହାରାଜପୁର କଲେଜରେ ରସାୟନିକ ବିଭାଗରେ ଅଧ୍ୟାପକ ଭାବରେ ଯୋଗଦାନ କରି ପରେ ୨୦୧୬ ମସିହାରେ ଲରମ୍ଭା ମହାବିଦ୍ୟାଳୟକୁ ବଦଳି ହୋଇ ଅଧ୍ୟାପକ ଭାବରେ ଯୋଗଦାନ କରିବା ସହ ଅଧ୍ୟକ୍ଷ ହୋଇ ପାରିଥିଲେ । ଜଣେ ଆଦର୍ଶ ପ୍ରାଧ୍ୟାପକ, ଅଭିଜ୍ଞ ଅଧ୍ୟକ୍ଷ ,କର୍ମଠ, ଛାତ୍ରବତ୍ସଳ ଭାବରେ ସେ ବେଶ ଜଣାଶୁଣା। ଇତ୍ୟବସରରେ ମହାବିଦ୍ୟାଳୟର ଡ. ଦିଗାମ୍ବର ଚାନ୍ଦ, ପ୍ରଦୀପ କୁମାର ପଣ୍ଡା , ପବିତ୍ର ମାହାଣା, ପାୟଲ ସାହୁ, ଲକ୍ଷ୍ମୀ ମଲ୍ଲିକ, ଭେଷଜ ବରିହା, ସିଦ୍ଧେଶ୍ବର ପ୍ରଧାନ ,ଯଶୋବନ୍ତ ସେଠ, କାଦମ୍ବିନୀ ଗୁରୁ ,ଦେବାଶିଷ ପାତ୍ର, ପାଟ ମଂଜରୀ ସାହୁ, ସାଗର ମେଣ୍ଡଲୀ ,ବିଦେଶୀ ଛନ୍ଦ, ତାରାଚାନ୍ଦା କଣ୍ଟା , ଲିଂଗରାଜ ପୋଢ ପ୍ରମୁଖ ତାଙ୍କର କାର୍ଯ୍ୟକଳାପର ଶୈଳୀକୁ ଉପସ୍ଥାପନ କରିଥିଲେ । ପରେ ଉପଢୌକନ ଓ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇ ଅବସରକାଳୀନ ଜୀବନର ସୁଖମୟ କାମନା କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.