“ଡବଲ ଇଞ୍ଜିନ ସରକାରରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ସବୁ ଚୁଲିକି ଗଲାଣି”

30

-ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ନଷ୍ଟ କରୁଛି ବିଜେପି ସରକାର

-ସରକାରୀ କାର୍ଯ୍ୟକ୍ରମରେ ଏବିଭିପି ସହ ସାମିଲ ହେବାକୁ ଛାତ୍ରଛାତ୍ରୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ

-ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରଚାର କିପରି କରୁଛନ୍ତି

-ସରକାରୀ କାର୍ଯ୍ୟକ୍ରମକୁ ବିଜେପି ସରକାର ଦଳୀୟ କାର୍ଯ୍ୟକ୍ରମ ସଜାଇଛି

-ଜେନ ଜି ମାନେ ବିଜେପି ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି

ଭୁବନେଶ୍ୱର ତା ୧୯/୧୦/୨୦୨୬: ସରକାରୀ କାର୍ଯ୍ୟକ୍ରମରେ ଏବିଭିପି ସହ ଛାତ୍ରଛାତ୍ରୀ ମାନଙ୍କୁ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରଚାର କରିବାକୁ ନେଇ ବିଜେଡି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ଡ଼ ବ୍ୟୋମକେଶ ରାୟ, ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳ ସଭାପତି ଇପ୍ସିତା ସାହୁ ପ୍ରମୁଖ ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି।

ଡ଼ ରାୟ କହିଛନ୍ତି ଯେ, ରାଜ୍ୟର ବିଜେପି ସରକାର ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ନଷ୍ଟ କରି ଦେଇଛନ୍ତି। ବାରମ୍ଵାର ଏହିପରି ହେଉଥିବା ବେଳେ ପୁଣି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ତାହାର ପୁନରାବୃତ୍ତି ହୋଇଛି। କଟକ ସ୍ଥିତ ଇଣ୍ଡୋର ଷ୍ଟାଡିୟମରେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ଛାତ୍ର ସଂସଦ ନିର୍ବାଚନରେ ରାଜ୍ୟ ସାରା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଜୟ ପ୍ରାର୍ଥୀ ମାନଙ୍କୁ ନେଇ ଯୁବ ନେତୃତ୍ୱ କାର୍ଯ୍ୟକ୍ରମ ହୋଇଥିଲା। କୁଳପତି ଓ ଅଧ୍ୟକ୍ଷ ମାନଙ୍କ ଦ୍ଵାରା ଛୁଟି ସତ୍ତ୍ୱେ ଜୋର ଜବରଦସ୍ତ ସେମାନଙ୍କୁ ଉକ୍ତ କାର୍ଯ୍ୟକ୍ରମକୁ ଅଣାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ରାଜନୈତିକ ଦଳର ପ୍ରଚାର କରିଛନ୍ତି। ଛାତ୍ରଛାତ୍ରୀ ମାନେ ଏବିଭିପିକୁ ଭୋଟ ଦେବାକୁ ଏବଂ ତାହା ସହିତ ଜଡିତ ହୋଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ଅପିଲ କରି କହିଛନ୍ତି। ତେବେ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରଚାର କିପରି କରିଲେ ବୋଲି ପ୍ରଶ୍ନ କରିଛନ୍ତି। ଏବିଭିପି ସହ ସାମିଲ ହେବାକୁ କହିବାର ମୁଖ୍ୟମନ୍ତ୍ରୀ ଦୁଃସାହସ କରିଛନ୍ତି। ସରକାରୀ କାର୍ଯ୍ୟକ୍ରମକୁ ବିଜେପି ସରକାର ଦଳୀୟ କାର୍ଯ୍ୟକ୍ରମ ସଜାଇ ଦେଇଛନ୍ତି। ନୂତନ ରାଜ୍ୟପାଳ ନିଜ ବକ୍ତବ୍ୟରେ ଓଡ଼ିଶାରେ ବିଜେପି ସଙ୍ଗଠନ ବୃଦ୍ଧି ପାଇଁ କାର୍ଯ୍ୟ କରିବି କହିଥିବା ବେଳେ ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ପ୍ରଚାର କରିବାକୁ ଲାଗି ପଡିଛନ୍ତି। ଯାହାକି ଅତି ନିନ୍ଦନୀୟ ଅଟେ। ଡବଲ ଇଞ୍ଜିନ ସରକାରରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ସବୁ ଚୁଲିକି ଗଲାଣି। ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ଏବିଭିପିରେ ଯୋଗ ଦେବାକୁ ଆପିଲ କରିବା ଅତି ଲଜ୍ଜ୍ୟାଜନକ ଘଟଣା ଅଟେ। ଏହିପରି ଘଟଣା ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଘଟିଛି। କୌଣସି ମୁଖ୍ୟମନ୍ତ୍ରୀ କେବେ ବି ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ପ୍ରଚାର କରିନଥିଲେ। କିନ୍ତୁ ବିଜେପି ସରକାର ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ବେଖାତିର କରି ଦଳୀୟ ପ୍ରଚାର ପ୍ରସାର କରିବାରେ ଲାଗିଛନ୍ତି। ଛାତ୍ର ସଂସଦ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅତି ତଳ ସ୍ତରକୁ ଖସି ସରକାରୀ କଳର ଅପବ୍ୟବହାର କରି ନିର୍ବାଚନ ବିଜୟ ପାଇଁ ବିଜେପି ସରକାର ପ୍ରୟାସ କରିଥିଲେ। କିନ୍ତୁ ଏହାପରେ ବି ପରାଜୟ ବରଣ କରିବାକୁ ପଡିଲା। ଏହାପରେ ଛାତ୍ରଛାତ୍ରୀ ମାନଙ୍କୁ ନିଜ ଆଡକୁ ନେବାକୁ ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ପ୍ରଚାର କରିବାକୁ ମୁଖ୍ୟମନ୍ତ୍ରୀ ପଛ ଘୁଞ୍ଚା ଦେଉନାହାଁନ୍ତି। ସରକାରୀ କାର୍ଯ୍ୟକ୍ରମରେ ଏବିଭିପି ଦଳୀୟ ପ୍ରଚାର ମୁଖ୍ୟମନ୍ତ୍ରୀ କିପରି କରିଲେ ସେ ତାହାର ଉତ୍ତର ପ୍ରଦାନ କରନ୍ତୁ। ଜେନ ଜି ମାନେ ବିଜେପି ସରକାରଙ୍କ ବିରୁଦ୍ଧରେ ରହିଛନ୍ତି। ଯାହା କି ଛାତ୍ର ସଂସଦ ନିର୍ବାଚନରେ ପ୍ରମାଣିତ ହୋଇଯାଇଛି। କିନ୍ତୁ ତାହାକୁ ବିଜେପି ସରକାର ସହଜରେ ଗ୍ରହଣ କରି ପାରୁନାହାନ୍ତି। ତେଣୁକରି ଏହିପରି ହିନ ପ୍ରୟାସ କରିବାକୁ ମୁଖ୍ୟମନ୍ତ୍ରୀ ପଛ ଘୁଞ୍ଚା ଦେଉନାହାନ୍ତି। ଛାତ୍ରଛାତ୍ରୀ ମାନଙ୍କୁ ଦିଗହରା କରିବା ପାଇଁ ବିଜେପି ସରକାରଙ୍କ ଏହା ଏକ ଷଡଯନ୍ତ୍ର ଥିଲା। ଛାତ୍ର ସମାଜ ଓ ବୁଦ୍ଧିଜୀବୀ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି।

ଚିନ୍ମୟ ସାହୁ କହିଛନ୍ତି ଯେ, ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରଚାର କରିବା ଅତି ନିନ୍ଦନୀୟ ଘଟଣା ଅଟେ। ଛାତ୍ର ସଂସଦ ନିର୍ବାଚନରେ ଜେନ ଜି ମାନେ ବିଜେପି ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଜେପି ସରକାରଙ୍କ ବଡ଼ ବିଫଳତା ହୋଇଛି। ଏଥିପରେ ସରକାରୀ କାର୍ଯ୍ୟକ୍ରମର ଆୟୋଜନ କରି ଦଳୀୟ ପ୍ରଚାର କରିବା କେତେ ଯୁକ୍ତିଯୁକ୍ତ ଅଟେ। ଗତ ଅଢେଇ ବର୍ଷର ବିଜେପି ସରକାର ମଧ୍ୟରେ ମାଲ ମାଲ ତ୍ରୁଟି ରହିଛି। ପ୍ରଶ୍ନପତ୍ର ଲିକ୍, ଏସଆଇ ନିଯୁକ୍ତି ସ୍କାମ, ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି, ଏମଏମଡିଆର ଭଳି କଳା ଆଇନ ଆଦି ଅନେକ ତ୍ରୁଟି ରାଜ୍ୟ ସରକାରଙ୍କ ରହିଛି। ଜେନ ଜି ମାନଙ୍କ ପୁଞ୍ଜୀଭୂତ ଅସନ୍ତୋଷ ଥିବା ବେଳେ ଏହାର ଉତ୍ତର ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଗତ ଅଢେଇ ବର୍ଷର ବିଫଳତା ଲୁଚାଇବା ପାଇଁ ତରବରିଆ ଭାବେ ଛାତ୍ର ସଂସଦ ନିର୍ବାଚନ ଘୋଷଣା କରିଥିଲେ। କିନ୍ତୁ ଜେନ ଜି ମାନଙ୍କ ମତାମତ ସମ୍ମୁଖରେ ବିଜେପି ସରକାରଙ୍କ ଅର୍ଥ ଓ ବାହୁ ବଳ କାମ କରିଲା ନାହିଁ। ବିଜେଡିର ଭୋଟ ଚୋରି ଓ ପ୍ରାର୍ଥୀ ଚୋରୀ କରିବାକୁ ବିଜେପି ସରକାର ଲାଗି ପଡ଼ିଥିଲେ। କିନ୍ତୁ ଜେନ ଜି ମାନେ ବିଜେପି ସରକାରଙ୍କୁ ପ୍ରତ୍ୟାଖ୍ୟାନ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଜଣାଇଛନ୍ତି। ଏହାକୁ ବିଜେପି ସରକାର ସହଜରେ ଗ୍ରହଣ କରି ପାରୁନାହାନ୍ତି। ଯାହାକୁ ନେଇ ବିଚଳିତ ହୋଈ ଯାଇଛନ୍ତି। ଛାତ୍ର ସଂସଦ ନିର୍ବାଚନ ମୁଖ୍ୟମନ୍ତ୍ରୀଙ୍କୁ ବୁମେରାଂ ସାଜିଛି। ତେଣୁ ନିଜ ସ୍ତିତି ବଞ୍ଚାଇବ ପାଇଁ ବିଜେପି ସରକାର ହୀନ ପ୍ରଚେଷ୍ଟା ଜାରି ରଖିଛନ୍ତି। ରାଜ୍ୟର ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ କଲେଜରେ ବିଜେଡି ଛାତ୍ର ସଂସଦ ନିର୍ବାଚନ ବିଜୟ ହୋଇଛନ୍ତି। ଏହାକୁ ଲୁଚାଇବା ପାଇଁ କଟକରେ ସରକାରୀ କାର୍ଯ୍ୟକ୍ରମ କରି ଜୋର ଜବରଦସ୍ତ ବିଜୟ ପ୍ରାର୍ଥୀ ମାନଙ୍କୁ ଆଣିଥିଲେ। ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ନଷ୍ଟ କରି ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରଚାର କରିବାକୁ ଲାଗି ପଡିଥିଲେ। ମୁଖ୍ୟମନ୍ତ୍ରୀ ନିଜ ପଦ ମର୍ଯ୍ୟାଦା ହରାଇ ଅତି ନିମ୍ନ ସ୍ତରକୁ ଖସି ଦଳୀୟ ପ୍ରଚାର କରୁଛନ୍ତି। ମୁଖ୍ୟମନ୍ତ୍ରୀ ଏହିପରି ନିନ୍ଦନୀୟ କାର୍ଯ୍ୟ ନକରି ନିଜ ପଦର ଗାରିମା ରକ୍ଷା କରନ୍ତୁ ବୋଲି କହିଛନ୍ତି।

ଇପ୍ସିତା ସାହୁ କହିଛନ୍ତି ଯେ, ବିଜେପି ସରକାର ଧର୍ମ ନାମରେ ଦେଶକୁ ବିଭାଜନ କରି ରାଜନୀତି କରୁଛନ୍ତି। ଯାହାକୁ ଜେନ ଜି ମାନେ ଜାଣି ସାରିଲେଣି। ସେଥି ପାଇଁ ଛାତ୍ର ସଂସଦ ନିର୍ବାଚନରେ ରାଜ୍ୟ ବ୍ୟାପି କଲେଜ ଗୁଡିକରେ ବିଜେପିକୁ ଜେନ ଜି ମାନେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥିପରେ ବିଜେପି ସରକାର ହୀନ ପ୍ରଚେଷ୍ଟା ଜାରି ରଖିଛନ୍ତି। କଟକରେ ସରକାରୀ କାର୍ଯ୍ୟକ୍ରମରେ ନାମରେ ଜୋର ଜବରଦସ୍ତ ବିଜୟ ପ୍ରାର୍ଥୀ ମାନଙ୍କୁ ସରକାରୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଖୋଦ ମୁଖ୍ୟମନ୍ତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଦଳୀୟ ପ୍ରଚାର କରିଛନ୍ତି। ଏବିଭିପି ସହ ସାମିଲ ହୋଇ କାର୍ଯ୍ୟ କରିବାକୁ କହିଛନ୍ତି। ଯାହାକି ଅତି ନିନ୍ଦନୀୟ ଅଟେ। ମୁଖ୍ୟମନ୍ତ୍ରୀ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ନଷ୍ଟ କରିଛନ୍ତି। ୮ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ହୋଇନଥିବା ବିଜେପି ସରକାର କହୁଛନ୍ତି। କିନ୍ତୁ ୬ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଓ କୋଭିଡ ସ୍ଥିତି ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଥିଲା। ଯଦି ବିଜେପି ସରକାର ଛାତ୍ର ସଂସଦ ନିର୍ବାଚନ ପାଇଁ ଏତେ ମନ ଥିଲା। ତେବେ ଗତ ଦୁଇ ବର୍ଷ ବିଜେପି ସରକାରରେ ଛାତ୍ର ସଂସଦ ନିର୍ବାଚନ କାହିଁକି ହେଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଉକ୍ତ ନିର୍ବାଚନ ବିଜେପି ସପକ୍ଷରେ ନେବାକୁ ସରକାରୀ କଳ ଓ ବଳ ଲଗାଇ ଦେଇଥିଲେ। କିନ୍ତୁ ତାହା ପରେ ବି ବିଜେପି ସରକାରଙ୍କ ପରାଜୟ ହୋଇଛି। ନିଜ ବିଫଳତା ଲୁଚାଇଵାକୁ ବିଜେପି ସରକାର ଲାଗି ପଡିଛନ୍ତି। ମୁଖ୍ୟମନ୍ତ୍ରୀ ଭଳି ସମ୍ମାନସ୍ପଦ ପଦରେ ରହି ଏହିପରି କାର୍ଯ୍ୟ କରିବା ଅତି ନିନ୍ଦନୀୟ ଅଟେ।ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ପ୍ରଚାର କରିବା ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ହତ୍ୟା କରିବା ସହ ସମାନ ଅଟେ। ମୁଖ୍ୟମନ୍ତ୍ରୀ ପଦରେ ରହି ମୋହନ ଚରଣ ମାଝୀ ଉକ୍ତ ପଦକୁ ଅସମ୍ମାନିତ କରିଛନ୍ତି। ଜେନ ଜି ମାନେ ବିଜେପି ସରକାରଙ୍କ ବିରୁଦ୍ଧରେ ରହିଛନ୍ତି। ଜେନ ଜି ମାନଙ୍କୁ ନିଜ ସପକ୍ଷରେ ନେବାକୁ ବିଜେପି ସରକାର ସରକାରୀ ଅର୍ଥ ବିନିଯୋଗ କରି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। କିନ୍ତୁ ଯେତେ ହେଲେ ବି ଜେନ ଜି ମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହିତ ରହିଛନ୍ତି, ତାହା ପ୍ରମାଣିତ ହୋଇସାରିଛି। ମୁଖ୍ୟମନ୍ତ୍ରୀ ନିଜ ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ। ମୁଖ୍ୟମନ୍ତ୍ରୀ ପଦ ରାଜ୍ୟବାସୀଙ୍କ ପାଇଁ ଅଟେ, କୌଣସି ଦଳୀୟ ସଙ୍ଗଠନ ପାଇଁ ଉଦ୍ଦିଷ୍ଟ ନୁହେଁ। ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ପ୍ରଚାର କରିବାରୁ ନିବୃତ୍ତ ରୁହନ୍ତୁ।

Leave A Reply

Your email address will not be published.