ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ମହାବିଦ୍ୟାଳୟ ଠାରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଇଯାଇଅଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ସରୋଜ କୁମାର ବିଶ୍ୱାଳ ଙ୍କ ଅଧ୍ୟକ୍ଷତା ରେ ମହାବିଦ୍ୟାଳୟ ର ବରିଷ୍ଠ ଗ୍ରନ୍ଥାଗାରୀକ ଦୁର୍ବାଦଳ ମେହେର ଙ୍କ ଚାକିରି ଜୀବନ କାର୍ଯ୍ୟକାଳ ସମାପ୍ତ ହେତୁ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା ।ପାଇଁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଅଛି । ଉକ୍ତ ସଭାକୁ ଶିକ୍ଷା ବିଭାଗ ର ମୁଖ୍ୟ ଅଧ୍ୟାପକ ଶୈଳେଶ ଶତପଥି ପରିଚାଳନା କରିଥବା ବେଳେ ଇଂରାଜି ବିଭାଗ ର ମୁଖ୍ୟ ପ୍ରଧ୍ୟାପକ ବିଜୟାନନ୍ଦ ଦାଶ, ପ୍ରଧ୍ୟାପକ ଶୁକଦେବ ଝାଙ୍କର, ସଂସ୍କୃତ ବିଭାଗ ର ମୁଖ୍ୟ ପଦ୍ମିନୀ ଗୁରୁ, ଓଡ଼ିଆ ବିଭାଗର ମୁଖ୍ୟ ଲକ୍ଷ୍ମଣ ଭୁଏ ପ୍ରମୁଖ ମଞ୍ଚାସୀନ ଥିଲେ । ମହାବିଦ୍ୟାଳୟ ପକ୍ଷରୁ ଦୁର୍ବାଦଲ ମେହେର୍ ଙ୍କୁ ଉପଢୌକନ ଦେଇ ସଂବର୍ଦ୍ଧିତ କରାଯାଇଥିଲା । ଭକ୍ତ ସଭାରେ ଅଧ୍ୟାପକ ପ୍ରକାଶ କୁମାର ମେହେର, ଅଧ୍ୟାପିକା ମଧୁସ୍ମିତା ଶତପଥି, ଅଧ୍ୟାପିକା ଲିପସା ବେହେରା, ଅଧ୍ୟାପିକା ସଞ୍ଜୁକ୍ତା ବାରିକ, ସମସ୍ତ ଅଣ ଶିକ୍ଷକ କର୍ମଚାରୀ ଏବଂ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.