ସାଇଟ ୫୨ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ : ବରପାଲି ଓ ଲୋଇସିଂହା ମଧ୍ୟରେ ଫାଇନାଲ

0

ବଲାଙ୍ଗୀର (ନିରୋଜ ମିଶ୍ର) – ବଲାଙ୍ଗୀର ନିକଟସ୍ଥ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ୫୨ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ  ଷଷ୍ଠ ଦିବସରେ ଲୋଇସିଂହା ଏପିଜେ ୩-୧ ଗୋଲରେ ପାଟଣେଶ୍ୱରୀ ସ୍ପୋଟିଂ ପାଟଣାଗଡକୁ ହରାଇ ଦ୍ୱିତୀୟ ଦଳ ଭାବରେ ଫାଇନାଲକୁ ପ୍ରବେଶ କରିଛି । ବିଜୟୀ ଦଳ ତରଫରୁ ପ୍ରେମରାଜ ପ୍ରଧାନ ୨ଟି ଓ ଉମେଶ ଭୋଇ ଗୋଟିଏ ଗୋଲ ଦେଇଥିବା ବେଳେ ପାଟଣାଗଡ ତରଫରୁ ସାନ୍ତନୁ ବେହେରା ଗୋଟିଏ ଗୋଲ ଦେଇଥିଲେ । ସାଇଟ୍ ପ୍ରତିଷ୍ଟାତା ତଥା ଫାଓ ଓଡିଶା ଓ ବଲାଙ୍ଗୀର ଜିଲ୍ଲା କ୍ରିଡାସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକରମିଶ୍ର ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଖେଳରେ ଅତିଥିଭାବେ ଶ୍ରମିକ ନେତା ଳଳିତ କୁମାର ନାୟକ, ଜିଲ୍ଲା ଶାରୀରିକ ଶିକ୍ଷା ନିରିକ୍ଷକ ଜ୍ୟୋତି ପ୍ରସାଦ ପରିଡା ଓ ପୁର୍ବତନ ଖେଳାଳୀ କୁମର ମାହାଣା ଯୋଗଦେଇଥିଲେ । ଆୟୋଜନ କମିଟି  ସାଂଗଠନିକ ସମ୍ପାଦକ ଡ. ସିଦେ୍ଧଶ୍ୱର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ  ଖେଳରେ ସାଇଟ ସମ୍ପାଦକ ମନୋଜ କୁମାର ମିଶ୍ର, ସୁଶ୍ରୀଆଇଟି ଆଇ ଟିଆଇ ଅଧ୍ୟକ୍ଷ ସନ୍ତୋଷ କୁମାର ବ୍ରହ୍ମା, କମିଟି ଆବାହକ ଶଶିଶେଖର ପଣ୍ଡା, କୋଷାଧ୍ୟକ୍ଷ ଆଦିତ୍ୟ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ । ଖେଳକୁ ଖଲିଉର ରେହମାନ, ସୁଧାଂଶୁ ସେଠ, ନିସାରକାନ୍ତ ନାଗ ଓ ଶରତ କୁମାରନନ୍ଦ ପରି·ଳନା କରିଥିଲେ । ୨୭ ତାରିଖ ରବିବାର ବରପାଲି ଏନ୍ୱାଇଏସ୍ ବନାମ ଏପିଜେ ଲୋଇସିଂହା ମଧ୍ୟରେ ସିନିୟର ଫାଇନାଲ ଖେଳ ହେବ । ପୁନଶ୍ଚ ଜୁନିୟର ୧୯ ବର୍ଷରୁ କମ୍ ଫୁଟ୍ବଲ ଟୁର୍ଣ୍ଣାମେଣ୍ଟ ୨୮ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଖେଳ ହେବ ବୋଲି ଆୟୋଜକଙ୍କ ସୁତ୍ରରୁ ପ୍ରକାଶ । 

 

Leave A Reply

Your email address will not be published.