ଏହି ବେନିୟମ କରତ କଲ ଓ ଟ୍ରାକ୍ଟର ମାଲିକ କିଏ

0

ଗାଡି ଜବତ : କାଠ ମାଫିଆ ଫେରାର

ବଲାଙ୍ଗୀର/ନିରୋଜ ମିଶ୍ର :- ସବୁଜ ବନାନୀ ମଧ୍ୟରେ ବଲାଙ୍ଗୀର ସହର ଅବସ୍ତିତ । କାଠ ମାଫିଆ ଙ୍କ ଦାଉରୁ ଜଙ୍ଗଲ କୁ ରକ୍ଷା କରିବା ପାଇଁ ଜଙ୍ଗଲ ସିପାହୀ ମାନେ ଆପ୍ରାଣ ଚେଷ୍ଟା ଚଳାଇଥିବା ବେଳେ ଉପରିସ୍ଥ ଅଫିସର୍ ମାନଙ୍କ ବଳିଷ୍ଠ ପଦକ୍ଷେପ ଜଙ୍ଗଲ କୁ ନୂତନ ଜୀବନ ପ୍ରଦାନ କରିଛି ।  ତେବେ ଜଙ୍ଗଲ ବଞ୍ଚାଇବା ପାଇଁ ଜିଲ୍ଲା ବନ ଅଧିକାରୀଙ୍କ ନିର୍ଦେଶ କ୍ରମେ ବଲାଙ୍ଗୀର ରେଞ୍ଜ ଅଫିସ ରେ କାର୍ଯ୍ୟରତ କର୍ମଚାରୀ ମାନେ ବିଭିନ୍ନ ସ୍ଥାନ ରେ ଚଢାଉ କରି ୧ ଲକ୍ଷ ୪୫ହଜାର ଟଙ୍କା ରାଜସ୍ବ ଆଦାୟ କରିଛନ୍ତି |ଫେରାର ଥିବା ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଚିହ୍ନଟ କରି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଞ୍ଜର କହିଥିଲେ ।

   ସୂଚନା ରୁ ପ୍ରକାଶ ଗତ ତା ୧.୧.୨୦୧୯ ରୁ ତା ୨୨.୧.୨୦୧୯ ପର୍ଯ୍ୟନ୍ତ ଜିଲ୍ଲା ବନ ଅଧିକାରୀ ଙ୍କ ନିର୍ଦେଶ କ୍ରମେ ବଲାଙ୍ଗୀର ରେଞ୍ଜର ବିଜୟ କୁମାର ଖୁଣ୍ଟିଆଙ୍କ ନେତୃତ୍ୱରେ ତିନିଗୋଟି ଟାଟା ଏସ୍ କାଠ ସହ ଜବତ କରିଥିଲେ ।୧୨ ଗଣ୍ଡି କଳା ଶିରିଷ କାଠ ଯାହାକି ୦.୮୮୩୯କ୍ୟୁବିକ୍ ମିଟର କାଠ ଜବତ କରିଥିବା ବେଳେ ଅଭିଯୁକ୍ତ ଫେରାର ଅଛି । ଅନ୍ୟ ଗାଡ଼ି ଓଡି ୨୩ଡି୮୨୪୨ ସମ୍ବଲପୁର ରୋଡ୍ ଠାରେ ଧରିଥିବା ବେଳେ ଏହି ଗାଡ଼ି ର ଅଭିଯୁକ୍ତ ମାନେ ମଧ୍ୟ ଫେରାର ହୋଇଯାଇଥିଲେ । ଗୋଟିଏ ନମ୍ବର ବିହୀନ ଟ୍ରାକ୍ଟରରେ ବେନିୟମ କରତକଳ ଖମାର ମୁଣ୍ଡା ଗ୍ରାମ ପାଖ ସରକାରୀ ଜମିରୁ କାଠ ସହ ଜବତ କରିଥିଲେ । ଏହି ବେନିୟମ କରତ କଲ ଓ ଟ୍ରାକ୍ଟର ମାଲିକ କିଏ ଜଣାପଡି ନାହିଁ ।      

   ଜଙ୍ଗଲ ଭିତରେ ଚାଲିଥିବା ବେଆଇନ୍ ଇଟା ଭାଟି ଉପରେ ଚଢ଼ାଉ କରି ୨୬ ଟି କେଶ୍ ରୁଜୁ କରାଯାଇଥିବା ରେଞ୍ଜର ଙ୍କ ଠାରୁ ପ୍ରକାଶ । ଏହି ବାବଦକୁ ୨୮ଜଣ ଅଭିଯୁକ୍ତ ଙ୍କ ନାମରେ କେଶ୍ ରୁଜୁ କରାଯାଇ କ୍ଷତିପୂରଣ ଆଦାୟ କରାଯାଇଛି ।

   ବଲାଙ୍ଗୀର ବନ ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଚଢାଉ ରେ ରେଞ୍ଜର ବିଜୟ କୁମାର ଖୁଣ୍ଟିଆ ଙ୍କ ନେତୃତ୍ୱ ରେ ଫରେଷ୍ଟର ବ୍ୟାସଦେବ ସାହୁ , ଧୃବ ବଗର୍ତ୍ତି ଫରେଷ୍ଟର ବଲାଙ୍ଗୀର(୨), ହର୍ଡଟାଲ୍ ଫରେଷ୍ଟର ଭାଗବତ ଦାସ , ଆଠଗାଁ ଫରେଷ୍ଟର ଥାନସୁନ୍ଦର  ଧାରୁଆ , ଅନ୍ୟାନ୍ୟ ବନରକ୍ଷୀ ଓ ପାରା ଷ୍ଟାଫ୍ ଏହି ଚଢାଉ ରେ ସାମିଲ୍ ଥିଲେ । ଫେରାର ଅଭିଯୁକ୍ତ ମାନଙ୍କୁ ଠାବ କରି ଜଙ୍ଗଲ ନିୟମ ର ଧାରା ଅନୁଯାୟୀ ଦଣ୍ଡ ଦିଆଗଲେ ଆଗାମୀ ଦିନରେ ଜିଲ୍ଲାରେ ଥିବା ଜଙ୍ଗଲ କୁ ସୁରକ୍ଷା ଦିଆଯାଇ ପାରିବ । ଜଙ୍ଗଲ ବଞ୍ଚାଇବା ଓ ଜଙ୍ଗଲ ମାଫିଆ ଙ୍କୁ ଧରାଇବା ସମସ୍ତଙ୍କ ନୈତିକ କର୍ତ୍ତବ୍ୟ । ଏଣୁ ସମସ୍ତେ ଏ ଦିଗରେ ସଜାଗ ହେଲେ ବଲାଙ୍ଗୀର ଜିଲ୍ଲା ପ୍ରଦୂଷଣ ମୁକ୍ତ ଜିଲ୍ଲା ଭାବରେ ପରିଗଣିତ ହେବ ।

 

 

Leave A Reply

Your email address will not be published.