କେନ୍ଦ୍ରାପଡା:୩୦,୧୦(ପ୍ରଫୁଲ୍ଲ କୁମାର ମଲ୍ଲ) ମାଆଙ୍କ ପ୍ରତି ଅମାନବୀୟ ଆଚରଣ ଓ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ପୁଅକୁ ଥାନାରେ ଅଟକ ରଖିଛି ପୋଲିସ। ଏଭଳି ଏକ ଲଜ୍ଜାଜନକ ଘଟଣା ଡେରାବିଶ ଥାନା ଅଧୀନ ରଘୁଦେଇପୁର ପଞ୍ଚାୟତର ରାଜନଗର ଗ୍ରାମରେ ଘଟିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଗ୍ରାମର କାରଣି ମଳିକଙ୍କ ପତ୍ନୀ କାଞ୍ଚନ ମଳିକ (୫୯) ନିଜ ବଡ଼ ପୁଅ ରଶ୍ମିରଞ୍ଜନ ମଳିକ (୩୦)ଙ୍କ ବିରୋଧରେ ଡେରାବିଶ ଥାନାରେ ଅଭିଯୋଗ କରିଛନ୍ତି। ଗତ ୨୭ ତାରିଖ ରାତି ପ୍ରାୟ ୨ଟା ସମୟରେ ପୁଅ ତାଙ୍କୁ ଏକ କୋଠରି ମଧ୍ୟରେ ଜୋରଜବରଦସ୍ତ ରଖି ଦୁଷ୍କର୍ମ ଉଦ୍ୟମ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏଥିସହ ନିଜର ଦାବି ପୂରଣ ନକଲେ ଟାଙ୍ଗିଆରେ ହାଣିଦେବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।
ଏହି ଘଟଣାକୁ ନେଇ କାଞ୍ଚନ ଗତ ୨୮ ତାରିଖରେ ଡେରାବିଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ପରେ ମଧ୍ୟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହୋଇନଥିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଶୁକ୍ରବାର ଦିନ ସେ ଥାନା ଅଧିକାରୀଙ୍କୁ ଭେଟି ପୁନର୍ବାର ନିଜର ଅଭିଯୋଗ ଜଣାଇଥିଲେ।
ଏହାପରେ ପୋଲିସ ରାଜନଗର ଗ୍ରାମରେ ପହଞ୍ଚି ଅଭିଯୁକ୍ତ ରଶ୍ମିରଞ୍ଜନଙ୍କୁ ଥାନାକୁ ଆଣି ଅଟକ ରଖିଛି। ଏନେଇ ଡେରାବିଶ ଥାନାରେ କେସ୍ ନମ୍ବର ୨୪୩/୨୬ ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କର ୭ରୁ ୮ ବର୍ଷ ବୟସର ଦୁଇଜଣ ପୁଅ ଥିବା ମଧ୍ୟ ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.