ଓଡ଼ଗାଁ ଘରୋଇ ବସ୍ ମାଲିକ ସଂଘର ବନ୍ଧୁ ମିଳନ ଉତ୍ସବ

2

ଓଡ଼ଗାଁ,୨୭।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଘରୋଇ ବସ୍ ମାଲିକ ସଂଘର ବନ୍ଧୁ ମିଳନ ଉତ୍ସବ ସ୍ଥାନୀୟ ହ୍ବାଇଟ ହାଉସ୍ କଲ୍ୟାଣୀ ମଣ୍ଡପ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଓଡ଼ଗାଁ ସଂଘର ସଭାପତି ଶ୍ରୀଧର ପ୍ରଧାନ ଏବଂ ସମ୍ପାଦକ ମୁନା ବାବୁଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି ମହୋତ୍ସବରେ ନୟାଗଡ଼ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘର ସଭାପତି ମନୋଜ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିବର୍ଷ ଜିଲ୍ଲା ସଂଘ ତରଫରୁ ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରତି ବର୍ଷ ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଏବଂ ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଦିବସ ପାଳନ ବେଳେ ମିଷ୍ଟାନ୍ନ ବଣ୍ଟନ ପାଇଁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଷ୍ଠାନ ଦ୍ଵାରା ବ୍ୟୟ କରାଯାଇଥାଏ । ଏବଂ ବିଭିନ୍ନ ରକ୍ତଦାନ କାର୍ଯ୍ୟକ୍ରମରେ ସଂଘ ମଧ୍ୟ ଆବଶ୍ୟକୀୟ ସହଯୋଗ କରିବା ସହିତ ଆପଦ ବିପଦରେ ପଡ଼ିଥିବା ଅସହାୟ ବ୍ୟକ୍ତି ବିଶେଷଙ୍କୁ ସହାୟତା ପ୍ରଦାନ କରାଯାଇଥାଏ ବୋଲି କହିଥିଲେ । ଏହିରି ସେବା କାର୍ଯ୍ୟ ସମସ୍ତ ସଂଘ କରିବା ପାଇଁ ପରାମର୍ଶ ଦେଇଥିଲେ । ଖଣ୍ଡପଡ଼ା, ରଣପୁର, ଦଶପଲ୍ଲା, ପୁରୀ, ଭୁବନେଶ୍ଵର, ବୌଦ୍ଧ, ଗଞ୍ଜାମ ଜିଲାରୁ ବୁଗୁଡ଼ା, ହିଞ୍ଜିଳିକାଟୁ, ଆସ୍କା ବ୍ରହ୍ମପୁର, ଭଞ୍ଜନଗର ସଙ୍ଘ ସମୂହର ଶତାଧିକ ପ୍ରମୁଖ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଓଡ଼ଗାଁ ସଂଘର ସମସ୍ତ ସଦସ୍ୟ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.