ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର ) ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗତ ୨୨ ଜୁଲାଇ ତାରିଖରୁ ଆରମ୍ଭ ହୋଇଥିବା ପାଞ୍ଚ ଦିବସୀୟ ଜିଲ୍ଲାସ୍ତରୀୟ ନିଷ୍ଠା -ସମତା ଓ ଅନ୍ତର୍ନିବେଶୀ ଶିକ୍ଷା ସମ୍ପର୍କିତ ଗୋଷ୍ଠୀ ସାଧନକର୍ମୀ ମାନଙ୍କ ଆବାସିକ ତାଲିମ କର୍ମଶାଳା ଉଦ୍ଯାପିତ ହୋଇଛି।
ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଏସ୍. ଗିରିଧର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କର୍ମଶାଳା ଶୁଭ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ଶ୍ରୀ ସନ୍ତୋଷ କୁମାର ସାହୁ , ସମ୍ମାନୀତ ଅତିଥି ଭାବେ ଆୟୋଜିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଜିଲ୍ଲା ସାଧନକର୍ମୀ ଶ୍ରୀ ମନୋଜ କୁମାର ପଣ୍ଡା , ଶ୍ରୀ ରମାକାନ୍ତ ପଟ୍ଟନାୟକ , ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଲାକା , ଶ୍ରୀ ଶ୍ରୀଧର ମିଶ୍ର , ଓ ଶ୍ରୀ ସୁମନ୍ତ ପ୍ରଧାନ , ସମ୍ବଳ କର୍ମୀ ବୃନ୍ଦ ଅଂଶଗ୍ରହଣକାରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ।
ଉକ୍ତ ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସାତ ଗୋଟି ବ୍ଳକ୍ ରୁ ୫ ଜଣ ଲେଖାଏଁ ଗୋଷ୍ଠୀ ସାଧନକର୍ମାଙ୍କୁ ତାଲିମ ପ୍ରଦାନ କରାଯାଇଛି। ଜାତୀୟ ଶିକ୍ଷାନୀତି ୨୦୨୦ର ସୁପାରିଶ ଅନୁଯାୟୀ ସାଧାରଣ ବିଦ୍ୟାଳୟ ଗୁଡିକରେ ଭିନ୍ନକ୍ଷମ ଶିକ୍ଷାର୍ଥୀ ମାନଙ୍କୁ ସମାନ ଶିକ୍ଷଣ ଅନୁଭୂତି ଯୋଗାଇଦେବା , ସାର୍ବଜନୀନ ଶିକ୍ଷଣ ଢାଞ୍ଚା କୌଶଳ ଅବଲମ୍ବନ ପୂର୍ବକ ବିବିଧତାପୂର୍ଣ୍ଣ ଅନ୍ତର୍ନିବେଶୀ ଶ୍ରେଣୀକକ୍ଷର ସୁପରିଚାଳନା କରିବା , ଅନ୍ତର୍ନିବେଶୀ ଶ୍ରେଣୀ କକ୍ଷରେ ସୂଚନା ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା , ପ୍ରଶସ୍ତ ଆପ ମାଧ୍ୟମରେ ଭିନ୍ନକ୍ଷମ ପିଲାଙ୍କ ଚିହ୍ନଟ ପ୍ରକ୍ରିୟାର ସୁଗମତା ଆଣିବା , ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷାଗୁଡିକରେ ଭିନ୍ନକ୍ଷମ ଛାତ୍ରୀଛାତ୍ରମାନଙ୍କ ନିମନ୍ତେ ମିଳୁଥିବା ସ୍ବତନ୍ତ୍ର ସୁବିଧା ସୁଯୋଗ , ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ରମାଧ୍ୟମରେ ମିଳୁଥିବା ସୁବିଧା ସୁଯୋଗ , ବ୍ୟକ୍ତିଗତ ଶୈକ୍ଷିକ କାର୍ଯ୍ୟକ୍ରମ ବ୍ୟବସ୍ଥା , କ୍ରୀଡା , ଶାରୀରିକ ଶିକ୍ଷା , ଯୋଗ ଇତ୍ୟାଦି କ୍ଷେତ୍ରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସହଭାଗିତାକୁ ସୁନିଶ୍ଚିତ କରିବା , ସର୍ବୋପରି ପ୍ରତିଟି ଶିକ୍ଷାର୍ଥୀର ପଞ୍ଚକୋଶୀୟ ବିକାଶ କରିବା ଇତ୍ୟାଦି ଏହି ତାଲିମ କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ଥୁଲା।
ଆସନ୍ତା ଅଗଷ୍ଟ ମାସରେ ବ୍ଳକ୍ ସ୍ତରରେ ଏହି ତାଲିମ କାର୍ଯ୍ୟକ୍ରମରେ ପ୍ରତି ବିଦ୍ୟାଳୟରୁ ଜଣେ ଲେଖାଏଁ ଶିକ୍ଷୟିତ୍ରୀ /ଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯାଇ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ସୁଗମତା ଆଣିବା ଲକ୍ଷ୍ୟ ରଖାଯାଇଛି।
ଏହି ଜିଲ୍ଲାସ୍ତରୀୟ ନିଷ୍ଠା -ସମତା ଓ ଅନ୍ତର୍ନିବେଶୀ ଶିକ୍ଷା ସମ୍ପର୍କିତ ଗୋଷ୍ଠୀ ସାଧନକର୍ମୀ କର୍ମଶାଳା ଉଦ୍ଯାପନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଡାକ୍ତର ମୁର୍ମୁ , ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ , ଶ୍ରୀ ପ୍ରଦୀପ ଜେନା , ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ମଞ୍ଚାସୀନ ହେବା ସହିତ ଉପସ୍ଥିତ ଗୋଷ୍ଠୀ ସାଧନ କର୍ମୀଙ୍କୁ ସମତା ଓ ଅନ୍ତର୍ନିବେଶୀ ଶିକ୍ଷାର ଗୁରୁତ୍ୱ ଏବଂ ଏହି କାର୍ଯ୍ୟକ୍ରମକୁ ବ୍ଳକ୍ ସ୍ତରରେ ସଫଳତାର ସହ ପରିଚାଳନା କରିବା ନିମନ୍ତେ ଉତ୍ସାହିତ କରିଥିଲେ। ଗୋଷ୍ଠୀ ସମ୍ବଳ ଶିକ୍ଷକ ଶ୍ରୀ ଅମିନ ମଙ୍ଗରାଜ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.