ଉପଖଣ୍ଡ ସ୍ତରୀୟ ସ୍ବାଧିନତା ଦିବସ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

2

ପଦ୍ମପୁର:- ଉପଖଣ୍ଡ ସଦର ମହୁକୁମାଠାରେ ଉପଖଣ୍ଡସ୍ତରୀୟ ସ୍ବାଧିନତା ଦିବସ ୨୦୨୫ କୁ ସୁନ୍ଦର ତଥା ମହାସମାରୋହରେ ପାଳନ କରିବାକୁ ପଦ୍ମପୁର ଉପଜିଲ୍ଲାପାଳ ଙ୍କ ସଭାଗୃହ ଠାରେ ସେହ୍ନା ଅରୁଗୁଲା ଉପଜିଲ୍ଲାପାଳ ପଦ୍ମପୁର ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପଦ୍ମପୁର ଡେପୁଟି କଲେକ୍ଟର ନେପାଳି ମୁଣ୍ଡା, ସୁଶାନ୍ତ କୁମାର ପତି
ଆଦର୍ଶ ଥାନା ଅଧିକାରୀ ମମତା ନାୟକ, ପ୍ରମୁଖ ଉଚ୍ଚ ଅଧିକାରୀ ମାନେ ଯୋଗଦାନ କରି ସ୍ବାଧିନତା ଦିବସ ୨୦୨୫ ପାଳନ କରିବା ପାଇଁ ଆଲୋଚନା ରେ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ବୈଠକ ରେ ପ୍ରସ୍ତାବିତ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ
ସକାଳ ୪ଘଣ୍ଟା ୩୦ମି ସମୟରୁ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ବିଭାଗ ଦ୍ବାରା ଡ଼ାକବାଜି ଯନ୍ତ୍ର ସାହାର୍ଯ୍ୟରେ ରାମଧୂନ ରେକଡ୍ ବଜାଇ ସହର ପରିକ୍ରମା କରାଯିବ। ସେହିପରୀ ରାଧାମାଧବ ସତ୍ୟସାଇ ସେବା ସମିତି ଦ୍ଵାରା ପ୍ରାତଃ ୪ଟା ୩୦ମି ରୁ ପ୍ରଭାତ ଫେରୀ ଗୋପାଳଜୀ ମନ୍ଦିର ଠାରୁ ଆରମ୍ଭ ହେବା ସହ ସହରରରେ ଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଗୁଡ଼ିକରେ ମାଲ୍ୟାର୍ପଣ କରାଯିବା ପାଇଁ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା ।ସ୍ବାଧିନତା ଦିବସ ଉପଲକ୍ଷେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକର ଛାତ୍ର ଛାତ୍ରୀମାନଙ୍କୁ ନେଇ ମାତୃଭାଷା ଓଡିଆ, ଇଂରାଜୀ ରେ ବକୃତା, ତର୍କ, ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ଇଂରାଜୀରେ ତର୍କ, ଓଡ଼ିଆ ପ୍ରବନ୍ଧ, ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାମାନ ଆୟୋଜନ କରାଯିବାର ସ୍ଥିରୀକୃତ ହୋଇଛି । ସ୍ବାଧିନତା ଦିବସ ପାଳନ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସହ ଯୋଗ୍ୟ ତଥା ଉପଖଣ୍ଡ ସ୍ତରରେ ଗୌରବାନ୍ବିତ ହୋଇଥିବା ବ୍ୟକ୍ତିବିଶେଷ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ସମ୍ମାନିତ କରାଯିବା ପାଇଁ ବୈଠକରେ ପ୍ରସ୍ତାବ ଗୃହିତ ହୋଇଛି। ବିଭିନ୍ନ ସ୍କୁଲ, କଲେଜ ମାନଙ୍କର ସଦସ୍ୟ, ବିଭିନ୍ନ ଅନୁଷ୍ଠାନ, କ୍ଲବ , ଓକିଲ ସଂଘ, ବଣିକ ସଂଘ, ନାଗରିକ କମିଟି ର ବିଭିନ୍ନ ସଦସ୍ୟ ଙ୍କ ସମେତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ର ଅଧିକାରୀ, ସାମ୍ବାଦିକମାନେ ଉକ୍ତ ସଭାରେ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।ପଦ୍ମପୁର ଉପଜିଲ୍ଲାପାଳ ସ୍ନେହା ଅରଗୁଲା ସଭାରେ ଉପସ୍ଥିତ ରହିଥିବା ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ଶ୍ରୀମହେନ୍ଦ୍ରସାହୁ, ସମସ୍ତ ଙ୍କୁ
ସ୍ବାଗତ କରିବା ସହ ସହଯୋଗ କାମନା କରି ସଭା ପରିଚାଳନା କରିଥିବା ବେଳେ ବିଭାଗୀୟ କର୍ମଚାରୀ ଶ୍ରୀରାୟ ସିଂ ମାଝି ସହଯୋଗ କରିଥିଲେ।

Leave A Reply

Your email address will not be published.