ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ଘୁମୁସର ମାଟିର ବିଶିଷ୍ଟ ଶିକ୍ଷାବିତ୍ ତଥା ସ୍ଵର୍ଗତ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ଅବସରରେ ଗୋବରା ବିଶ୍ୱଭାରତୀ ପରିସରରେ ବିଶ୍ୱ ଭାରତୀ, ସାହିତ୍ୟ ଘର, ବେଲଗୁଣ୍ଠା ପ୍ରେସକ୍ଲବ ଏବଂ ରୋଟାରୀ କ୍ଳବ୍ ପକ୍ଷରୁ ଏକ ମିଳିତ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି I ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ରୁପେ ଅବସରପ୍ରାପ୍ତ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ ଯୋଗ ଦେଇଥିବା ବେଳେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ, ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ,ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠୀ,ସ୍ଥାନୀୟ ସମିତିସଭ୍ୟ ବିଭୂପାଦ ଜେନା ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ଦାସଙ୍କ ସ୍ମୃତି ଚାରଣ କରିବା ସହ ଅଞ୍ଚଳର ଶିକ୍ଷା,ବିଶ୍ଵ ଭାରତୀ ଅନୁଷ୍ଠାନ, ରୋଟାରୀ କ୍ଳବ୍ ଏବଂ ବେଲଗୁଣ୍ଠା ପ୍ରେସକ୍ଲବ ପ୍ରତି ଥିବା ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ I ଏହି ଅବସରରେ ବିଶ୍ୱ ଭାରତୀ ତରଫରୁ ବେଲଗୁଣ୍ଠା ପ୍ରେସକ୍ଲବ ସଦସ୍ୟ ମାନଙ୍କୁ ଉପଢ଼ୌକନ ଏବଂ ଚାରା ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା I ବିଶିଷ୍ଟ ସମାଜସେବୀ ତଥା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥି କାର୍ଯ୍ୟକ୍ରମକୁ ସଂଯାଜନା କରିଥିଲେ I ଏହି ଅବସରରେ କାର୍ଗିଲ୍ ବିଜୟ ସ୍ମାରକୀ ରୁପେ ସାହିତ୍ୟ ଘର ତରଫରୁ ବିଶ୍ଵଭାରତୀ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ ସାହିତ୍ୟ ଘର ସଦସ୍ୟ ଦିବ୍ୟଲୋଚନ ବିଶ୍ୱାଳ, ପ୍ରହଲ୍ଲାଦ ଲେଙ୍କା, ଗୋପାଳ ଚନ୍ଦ୍ର ଲେଙ୍କା,ମୂନେନ୍ଦ୍ର ପରିଡ଼ା,ସୁରେନ୍ଦ୍ର ଦାସ, ରାମକୃଷ୍ଣ ପାତ୍ର,ଦଣ୍ଡପାଣି ବରାଡ, ଚନ୍ଦ୍ରମଣି ଲେଙ୍କା,ସ୍ୱସ୍ତି ସୁନ୍ଦର ସିୟ,ବିଶ୍ଵଭାରତୀ ଅଧକ୍ଷ କୁଞ୍ଜବିହାରୀ ନାୟକ, ନାରାୟଣ ପଟ୍ଟନାୟକ,ରଶ୍ମିତା ସାହୁ,ଶିଶୁ ପରିଡ଼ା, ଶତ୍ରୁଘ୍ନ ଗୌଡ, ରୋଟାରୀ କ୍ଳବ୍ ସଭାପତି ରଂଜିତ କୁମାର ବାରିକ, ସଦସ୍ୟ ଦିଲ୍ଲିପ୍ କୁମାର ରାଜୁ, ସୁଧୀର କୁମାର ପାଣିଗ୍ରାହୀ,ଗୁପ୍ତେଶ୍ୱର ସୁବୁଦ୍ଧି,ଦିବ୍ୟ ରଞ୍ଜନ ଦାସ, ପ୍ରଦ୍ଯୁମ୍ନ ମଲିକ, ରାମଚନ୍ଦ୍ର ଦାସ,ଧର୍ମେନ୍ଦ୍ର ବିଷୋୟୀ, କାର୍ତ୍ତିକେଶ୍ୱର ଦଳବେହେରା, ପୂର୍ବତନ ସଭାପତି ସନତ୍ ସୁବୁଦ୍ଧି,ସେନା ଅଧିକାରୀ ମହେନ୍ଦ୍ର ସ୍ୱାଇଁ, ବିଦେଶୀ ସାହୁ, ସମାଜସେବୀ ଗୋରାଚାନ୍ଦ୍ ସ୍ୱାଇଁ, ବାଲ୍ୟ ସ୍ୱାଇଁ ପ୍ରମୁଖ ବିଦ୍ୟାଳୟ ପରିସରରେ ଅମ୍ବ, ଜାମୁ, ପିଜୁଳି, ଅଶୋକ, ବାଦାମ, କଦମ୍ବ,ଅଁଳା ଆଦି ଚାରା ରୋପଣ କରିଥିଲେ I ଅନୁଷ୍ଠାନର ଛାତ୍ରଛାତ୍ରୀ ବୃକ୍ଷରୋପଣ ସମ୍ପର୍କରେ ସଚେତନତା ବାର୍ତ୍ତା ଦେଇଥିଲେ I
Sign in
Sign in
Recover your password.
A password will be e-mailed to you.