ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ମୁର୍ସ ହେଡ ମେମୋରିଆଲ ଖ୍ରୀଷ୍ଟିଆନ ହସ୍ପିଟାଲରେ ଖ୍ରୀଷ୍ଟିଆନ ଜନ କଲ୍ୟାଣ ସମାଜ ଘୁ.ଉଦୟଗିରି ଶାଖା ପକ୍ଷରୁ ପ୍ରଥମ ଥର ପାଇଁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ୮୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଅଞ୍ଚଳର ଅନେକ ରକ୍ତ ଦାତା ବହୁମୂଲ୍ୟ ରକ୍ତ ଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଫୁଲବାଣୀ ରକ୍ତ ଭଣ୍ଡାରରୁ ଡାକ୍ତର ଡ.ଜୟଦିପ ଘୋଷଙ୍କ ନେତୃତ୍ୱରେ ଦୀନକୃଷ୍ଣ ମହାନ୍ତି, ରଶ୍ମିତା ନାୟକ, ପ୍ରଶାନ୍ତ କୁମାର ରତନାଲୁ, ବରୁଣ ବେହେରା ଏବଂ ଟିମ୍ ଆସି ରକ୍ତ ସଂଗ୍ରହ କରିଥିବା ବେଳେ ଅନିଲ ନାୟକ, ରୁଦାଙ୍ଗିଆ, ସନ୍ତୋଷ ଦିଗାଲ, ଗମାଣ୍ଡି ରାଇକିଆ ଓ ଅଜିତ ନାୟକ ପ୍ରଥମେ ରକ୍ତ ଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁର୍ସ ହେଡ ମେମୋରିଆଲ ଖ୍ରୀଷ୍ଟିଆନ ହସ୍ପିଟାଲର ଏଏନ୍ଏମ୍ ଓ ଜିଏନ୍ଏମ୍ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ଦ୍ଵାରା ଉପସ୍ଥିତ ଅତିଥିମାନଙ୍କୁ ସ୍ଵାଗତ କରାଯାଇଥିଲା । ଖ୍ରୀଷ୍ଟିଆନ୍ ଜନ କଲ୍ୟାଣ ସଭାପତି ପ୍ରଶାନ୍ତ କୁମାର୍ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅତିଥି ଭାବରେ ଫାଦର୍ ଦୁଷ୍ମନ୍ତ ନାୟକ ଓ ଏସଡ଼ିପିଓ ବିଜୟ କୁମାର ବିଶି ଉପସ୍ଥିତ ରହିଥିଲେ । ସ୍ଥାନୀୟ ଏସ୍ ଡିପିଓ ରକ୍ତ ଦାନର ମହତ୍ତ୍ଵ ବିଷୟରେ ପ୍ରକାଶ କରି ରକ୍ତ ଦାନ ପାଇଁ ଉତ୍ସାହ କରିଥିଲେ । ପରେ ଫୁଲବାଣୀ ରକ୍ତ ଭଣ୍ଡାରର ଅଧିକାରୀ ଡ.ଜୟଦିପ୍ ଘୋଷ କନ୍ଧମାଳ ଜିଲ୍ଲାରେ ରକ୍ତ ହୀନତା ବିଷୟରେ ଓ ଏହି ସ୍ଵେଚ୍ଛାକୃତ ରକ୍ତଦାନ ଉତ୍ସବ ଆୟୋଜନ କରିବାର ଉଦ୍ଦେଶ୍ୟ ବିଷୟରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆମୋଦ ଚନ୍ଦ୍ର ନାୟକ, ସୂର୍ଯ୍ୟକାନ୍ତ ନାୟକ, ଭୀମସେନ ନାୟକ, ଫିରୋଜ ଦିଗାଲ, ଆମନ ଚନ୍ଦ୍ର ନାୟକ, ଗଗନ କୁମାର ପ୍ରଧାନ, ସାମନ୍ତ ଶେଖର ନାୟକ, ଅନନ୍ତ ପ୍ରଧାନ, ଅଚ୍ୟୁତ ନାୟକ, ହେରୋଦ ନାୟକ, ହେରୋଦ ଦିଗାଲ, ଆଞ୍ଜୁମ ଅହମ୍ମଦ, ଦେବରାଜ ଦାସ, ବିଭୁ ନନ୍ଦନ ଦିଗାଲ, ଆଲୋକ ଚନ୍ଦ୍ର ନାୟକ, ନଳିନୀ ଦିଗାଲ, ଅନିଲ କୁମାର ଦିଗଲା, ସ୍ନିଗଦ୍ଧା ରାଣୀ ନାୟକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିର ପରିଚାଳନା କରିଥିଲେ l
Sign in
Sign in
Recover your password.
A password will be e-mailed to you.