ବିଜେପୁର :-ବରଗଡ ଜ଼ିଲ୍ଲା ବରପାଲି ତହସିଲ କାର୍ଯ୍ୟାଳୟରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଓଡ଼ିଶା ସରକାରଙ୍କ ଅନୁମୋଦନ କ୍ରମେ ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ପଟ୍ଟା ବଣ୍ଟନକରାଯାଇଛି । ତହସିଲଦ।ର ରୁକ୍ମଣ ମେହେରଙ୍କ ତତ୍ତ୍ବାବଧାନରେ ଆୟୋଜିତ କ।ର୍ଯ୍ୟକ୍ରମ ରେ ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡ଼ତିଆ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସତଲମା ସର୍କଲର ୧୬, ଆଗଲପୁର ସର୍କଲର ୧୦, ବାରଙ୍ଗପାଲିର ୪୭ ଓ ଖେମେସରାର ୨୨ ଜଣଙ୍କୁ ମିଶାଇ ମୋଟ ୯୫ ଜଣ ଭୂମିହୀନଙ୍କୁ ଜମି ପଟ୍ଟା ବଣ୍ଟନ କରିଥିଲେ । ସୁପରଭାଇଜର ଟିକେଶ୍ଵର ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁପରଭାଇଜର କବିତା ବହିଦାର, କିରାଣିବୁଲି ଦାଶ, ନିରଞ୍ଜନ ମେହେର, ବରପାଲି ଆର୍ଆଇ, ସୁଜିଆ ଆର୍ଆଇ ଶେଷଦେବ ବାଗ, ସତଲମା ଆର୍ଆଇ ସ୍ବାଗତିକା ନାଏକ, ଆଗଲପୁର ଆର୍ଆଇ ବିଶ୍ଵାମିତ୍ର କାଣ୍ଡ ଏବଂ ଅଫିସର କର୍ମଚାରୀଗଣ ସହଯୋଗକରିଥିଲେ | ଅତିରିକ୍ତ ତହସିଲଦାର ସୁଧାଂଶୁ ଶେଖର ନାଏକ ଧନ୍ୟବାଦ ଦେଇଥିଲେ | ଆଗାମୀ ଦିନରେ ବରପାଲି ତହସିଲରେ ଚିହ୍ନଟ କରି ଜମି ପଟ୍ଟା ଦିଆଯିବ ବୋଲି ବିଧାୟକ ଶ୍ରୀ ଗଡ଼ତିଆ ଓ ତହସିଲଦାର ଶ୍ରୀ ମେହେର ସୂଚନା ସମସ୍ତ ଭୂମିହୀନଙ୍କୁ ଦେଇଥିଲେ |
Sign in
Sign in
Recover your password.
A password will be e-mailed to you.