ବୁର୍ଲା, ୨୩ ଜୁଲାଇ, ୨୦୨୫: ବିଦ୍ୟୁତ ଉପଭୋକ୍ତାଙ୍କ ସମସ୍ୟାର ସ୍ଥାୟୀ ସମାଧାନ ଓ ଗ୍ରାହକ ସେବାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ସକ୍ରିୟ ପଦକ୍ଷେପ ସ୍ୱରୂପ, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ ପକ୍ଷରୁ ଆସନ୍ତା (ତା. ୨୫.୦୭.୨୦୨୫ରିଖ) ଦିନ ସମ୍ବଲପୁର ପୂର୍ବ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ, ଭୁତାପଡ଼ାଠାରେ ସକାଳ ୧୦:୦୦ ରୁ ଅପରାହ୍ନ ୧:୦୦ ପର୍ଯ୍ୟନ୍ତ ଏକ ଗ୍ରାହକ ଅଭିଯୋଗ ସମାଧାନ ଶିବିର ଆୟୋଜନ କରାଯାଉଅଛି ।
ଏହି ଶିବିରର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ବିବାଦୀୟ ବିଦ୍ୟୁତ୍ ବିଲ୍ ଏବଂ ଦୀର୍ଘଦିନର ଧରି ପଡ଼ି ରହିଥିବା ବିଦ୍ୟୁତ୍ ସଂଯୋଗ ସମ୍ବନ୍ଧୀୟ ଅଭିଯୋଗର ତ୍ୱରିତ ନିରାକରଣ । ଏହି ପଦକ୍ଷେପ ସ୍ୱଚ୍ଛ ଏବଂ ଗ୍ରାହକ-ଅନୁକୂଳ ସେବା ପ୍ରଦାନ କରିବା ପାଇଁ ଟିପିଡବ୍ଲୁଓଡିଏଲର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଏହି ଅଭିଯୋଗ ସମାଧାନ ଶିବିରରେ କମ୍ପାନୀର କିଛି ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।
ପ୍ରକାଶଥାଉ କି, ଭୂତପଡ଼ା, ସାକ୍ଷୀପଡ଼ା, ଗୋଲବଜାର, ମାନେଶ୍ୱର, ଧନୁପାଲି, ଧମା, ପଡ଼ିଆବାହାଲ, ସାହସପୁର, ରେଢାଖୋଲ, ହାତୀବାରି, ନାକଟିଦେଉଳ, ରେଙ୍ଗାଲି, ଶାସନ, ପରମାଣପୁର ଏବଂ ଲଇଡା ଆଦି ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳର ବିଦ୍ୟୁତ୍ ଉପଭୋକ୍ତାମାନେ ଏହି ଶିବିରରେ ଅଂଶଗ୍ରହଣ କରି ସେମାନଙ୍କର ଅଭିଯୋଗ ସମାଧାନ କରିପାରିବେ । ଟିପିଡବ୍ଲୁଓଡିଏଲ୍ପକ୍ଷରୁ ଗ୍ରାହକମାନେ ଏହି ସୁଯୋଗ ଉପରେ ଲାଭ ଉଠାଇବା ପାଇଁ ଅନୁରୋଧ କରାଯାଉଛି ।
Sign in
Sign in
Recover your password.
A password will be e-mailed to you.