ନୂଆଦିଲ୍ଲୀ, ୨୩ ଜୁଲାଇ ୨୦୨୫: ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର ଲିମିଟେଡର ନାମ ବଦଳି ୨୨ ଜୁଲାଇ ୨୦୨୫ରୁ ଜିନ୍ଦଲ ଷ୍ଟିଲ ଲିମିଟେଡ ହୋଇଛି। ଭାରତ ସରକାରଙ୍କ କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟର ରେଜିଷ୍ଟ୍ରାର ଅଫ୍ କମ୍ପାନିଜର ମଞ୍ଜୁରୀ ପରେ ଏହି ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି।
ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାର ଲିମିଟେଡର ନାମ ଜିନ୍ଦଲ ଷ୍ଟିଲ୍ ଲିମିଟେଡ୍ କୁ ପରିବର୍ତ୍ତନ କରିବା ପଛରେ ମୁଖ୍ୟ କାରଣ ହେଉଛି ଯେ କମ୍ପାନୀ କେବଳ ଏହାର ପ୍ରମୁଖ ବ୍ୟବସାୟ ଅର୍ଥାତ୍ ଇସ୍ପାତ ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ଦେବ ଏବଂ ଭବିଷ୍ୟତରେ ଏକ ମଜଭୁତ ଇସ୍ପାତ କମ୍ପାନି ଭାବେ ଆଗକୁ ବଢିବ । ଏହି ନୂତନ ନାମ ଦେଶ ଓ ବିଦେଶରେ ପରିଚିତ ହେବା ସହିତ କମ୍ପାନି ତାର ପୂର୍ବ ପୂର୍ବ ମୂଲ୍ୟବୋଧକୁ ବଜାୟ ରଖିବ।
ଏହି ନାମ ପରିବର୍ତ୍ତନ କମ୍ପାନୀ (ଇନକର୍ପୋରେସନ୍) ନିୟମ, ୨୦୧୪ ର ନିୟମ ୨୯ ଅନୁଯାୟୀ କରାଯାଇଛି। ନୂତନ ନାମକୁ ପ୍ରତିଫଳିତ କରୁଥିବା ଇନକର୍ପୋରେସନ୍ ପ୍ରମାଣପତ୍ର ରେଜିଷ୍ଟ୍ରାର ଅଫ୍ କମ୍ପାନିଜଙ୍କ ଦ୍ବାରା ପଞ୍ଜିକା ଦ୍ୱାରା ଜାରି କରାଯାଇଛି।
କମ୍ପାନିର କର୍ପୋରେଟ ଆଇଡେଣ୍ଟିଫିକେସନ ନମ୍ବର (CIN: L27105HR1979PLC009913) କିମ୍ବା ପଞ୍ଜୀକୃତ ଠିକଣାରେ (ଜିନ୍ଦଲ ଷ୍ଟିଲ ଲିମିଟେଡ, ଓ.ପି. ଜିନ୍ଦଲ ମାର୍ଗ, ହିସାର- ୧୨୫୦୦୫, ହରିୟାଣା, ଭାରତ) କିଛି ପରିବର୍ତ୍ତନ ହୋଇନାହିଁ।
ନାମ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଜିନ୍ଦଲ ଷ୍ଟିଲ ପୂର୍ବ ଭଳି ଏକ ପବ୍ଲିକ ଲିମିଟେଡ୍ କମ୍ପାନି ଭାବେ ପରିଚାଳିତ ହେବ, ଯାହାର ସେୟାର ଲୋକେ କ୍ରୟ ବିକ୍ରୟ କରିପାରିବେ। କମ୍ପାନିର ଯେତିକି ପୁରୁଣା ଅଧିକାର, ଦାୟିତ୍ୱ, ନେଣଦେଣ, ଚୁକ୍ତିନାମା ସବୁ ପୂର୍ବଭଳି ବୈଧ ରହିବ।
ସମସ୍ତ ଅଂଶଧାରକ, ସହଯୋଗୀ, ଓ ସାଧାରଣ ନାଗରିକଙ୍କ ଅବଗତି ନିମନ୍ତେ କମ୍ପାନି ପକ୍ଷରୁ ଏହି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚିତ କରାଯାଉଛି। କମ୍ପାନି ପକ୍ଷରୁ ସୂଚିତ କରାଯାଉଛି କି ଏହି ପରିବର୍ତ୍ତନ ସମ୍ପର୍କରେ ସମସ୍ତ ଷ୍ଟକ ଏକ୍ସଚେଞ୍ଜ ଓ ଅନ୍ୟ ବୈଧାନିକ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି।
Sign in
Sign in
Recover your password.
A password will be e-mailed to you.