ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ଛୁରୀଅନା ଗ୍ରାମ ପଞ୍ଚୟତ ର କଣମଣ ନଦୀ କୁଳ ପୋଲ ନିକଟରେ ଥିବା କୁଖ୍ୟାତ ମଦ ମାଫିଆ ବିଜୟ ନାୟକ ଙ୍କ ଘରୁ ଅସ୍ତରଙ୍ଗ ଥାନା ଅଧିକାରୀ ବୁଧବାର ଦିନ ଏଗାର ଘଟିକା ସମୟ ରେ ଚଢ଼ାଉ କରି ନ ପେଟି ଦେଶୀ ଓ ବିଦେଶୀ ମଦ ଜବତ କରି ଛନ୍ତି l ସେହି ମଦ ଗୁଡିକ ମଦ ମାଫିଆ ବିଜୟ ନାୟକ ଚୋରା ରେ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଯୋଜନା କରୁଥିବା ବେଳେ, ଅସ୍ତରଙ୍ଗ ଥାନା ଆଇ ଆଇ ସି,ରାଜେଶ କୁମାର ବଳିୟାରସିଂ କୌଣସି ସୂତ୍ରରୁ ଖବର ପାଇ ଏକ ଟିମ ଗଠନ କରି ବିଜୟ ଘର ନିକଟରେ ମଦ ପେଟି ସହ ବିଜୟ କୁ ମାଡି ବସିଥିଲେ l ଜବତ ମଦ ଗୁଡିକ ମୋଟ ଏକସହ ଦଶ ଲିଟର ରୁ ଉର୍ଦ୍ଧ ହୋଇ ଥିବା ବେଳେ ତାର ମୋଟ ଆନୁ ମାନିକ ମୂଲ୍ୟ ପଇଁ ତିରିଶ ରୁ ଚାଳିଶ ହଜାର ଟଙ୍କା ହେବ ବୋଲି ଆକଳନ କରା ଜାଇ ଅଛି l ପୋଲିସ ର ଏହିପରି କାର୍ଯ୍ୟକୁ ସାଧାରଣ ରେ ପ୍ରଶଂସା କରାଯାi ଅଛି ଓ ଏହି ପରି ମହତ କାର୍ଯ୍ୟ ଆଗାମୀ ଦିନରେ ଅସ୍ତରଙ୍ଗ ପୋଲିସ ଜାରି ରଖିବ ବୋଲି ଅସ୍ତରଙ୍ଗ ଜନ ସାଧାରଣ ଆଶା ରଖି ଛନ୍ତି l ଅପର ପକ୍ଷରେ ଆଶାମୀ ବିଜୟ ନାୟକ ଙ୍କ ନାମରେ କେଶ ନମ୍ବର 147/25 ରେ ଏକ ମାମଲା ଅସ୍ତରଙ୍ଗ ଥାନାରେ ରୁଜୁ ହୋଇଥିବା ବେଳେ, ଆଜି ଅପରାହ୍ଣରେ ଆଶାମୀ କୁ ଅସ୍ତରଙ୍ଗ ପୋଲିସ କୋର୍ଟ ଫରୱାଡ଼ କରିଛି l
Sign in
Sign in
Recover your password.
A password will be e-mailed to you.