ନବରଙ୍ଗପୁର ତା ୨୩/୭/୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ,ଆସନ୍ତା ଅଗଷ୍ଟ ୨ ତାରିଖ ରୁ ୮ ତାରିଖ ପର୍ଯ୍ୟନ୍ତ ପୋଲିସ ପଡିଆ ନବରଙ୍ଗପୁର ଠାରେ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ସହ ଆକାଂକ୍ଷା ହାଟ ଅନୁଷ୍ଠିତ ହେବ।ଏହି ଉପଲକ୍ଷେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକକୁ ଯୋଜନା ଓ ସମନ୍ବୟ ବିଭାଗ ଉପ ନିର୍ଦ୍ଦେଶକ ଏଶ୍ଚର୍ୟ ଭଞ୍ଜ ସ୍ଵାଗତ କରିବା ସହ କାର୍ଯ୍ୟକ୍ରମର ଏ ଜେଣ୍ଡା ଅନୁଯାୟୀ ସଭା ପରିଚାଳନା କରିଥିଲେ ।ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନଙ୍କ ସହ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଓ ପିରାମଲ୍ ଫାଉଣ୍ଡେସନ ର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଜିଲ୍ଲା ରେ ସମ୍ପୂର୍ଣ୍ଣତା ହାସଲ କରିବାରେ ସହାୟକ ହେଇଥିବା କର୍ମଚାରୀ ମାନଙ୍କୁ ସମ୍ମାନ କରାଯିବା ସହ ଆକାଂକ୍ଷା ହାଟରେ ଜିଲ୍ଲାର ସ୍ଥାନୀୟ ପ୍ରସ୍ତୁତ ହସ୍ତତନ୍ତ୍ର, ହସ୍ତଶିଳ୍ପ ଓ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କର କଳା ଓ କାମକୁ ପ୍ରୋତ୍ସାହନ ନିମନ୍ତେ ଏହି କାର୍ଯ୍ୟକ୍ରମ ନୀତି ଆୟୋଗ ଦ୍ୱାରା ଅନୁଷ୍ଠିତ କରାଯାଉଛି।ଏଥିରେ ୨୫ ଟି ଷ୍ଟଲ୍ ସ୍ଥାପନ କରାଯିବ।ଓଡ଼ିଶା ଜୀବିକା ମିଶନର ପାରଂପରିକ ଖାଦ୍ୟ ଓ ଅନ୍ୟାନ୍ୟ ଷ୍ଟଲ୍ ୬ , ଓରମାସ ପକ୍ଷ ରୁ ୬, ଆକାଂକ୍ଷୀ ବ୍ଲକ୍ ତେନ୍ତୁଳିଖୁଣ୍ଟି ଓ ଡ଼ାବୁ ଗାଁ ପକ୍ଷରୁ ୬ ,ବନ ବିଭାଗର ୧, କୃଷି ବିଭାଗ ର ୧,ପୌରପାଳିକା ର ୧, ଆଇ ଟି ଡି ଏ ର ୧, ସ୍ଵାସ୍ଥ୍ୟ ସେବା ୧, ପୋଲିସ ୧ ଏବଂ ଉଦ୍ୟାନ ୧ ଟି ଷ୍ଟଲ୍ ସ୍ଥାପନ କରାଯିବ ।ଏହି ଷ୍ଟଲ୍ ମାନଙ୍କରେ ସ୍ଥାନୀୟ ଉତ୍ପାଦ ପ୍ରଦର୍ଶନ ସହ ବିକ୍ରୟ ବ୍ୟବସ୍ଥା ରହିଛି। ପ୍ରତ୍ୟହ ସକାଳ ୧୦ .୦୦ଘ ରୁ ସନ୍ଧ୍ୟା ପର୍ଯ୍ୟଂତ ଏହା ଚାଲିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହାର ସୁପରିଚାଳନା ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.