ରେଢ଼ାଖୋଲ ଉପଖଣ୍ଡରୁ ବେଆଇନ୍ ମଦ ବନ୍ଦକୁ ନେଇ ଦାବି : ଫେବୁଆରୀ ୧୪ରେ ବିକାଶ ମଞ୍ଚର ଧାରଣା 

0

ରେଢ଼ାଖୋଲ / ଯଶୋବନ୍ତ ନାରାୟଣ ସାହୁ :  ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ରେ ଦିନକୁ ଦିନ ବେଆଇନ୍ ମଦ କାରବାର ବଢ଼ିବାରେ ଲାଗିଛି l ଏହି ବେଆଇନ୍ କାରବାର ବନ୍ଦ ପାଇଁ ଦୀର୍ଘ ଦିନ ହେଲା ଆନ୍ଦୋଳନ ଓ ବିରୋଧ କରାଯାଉଥିଲେ ମଧ୍ୟ ସରକାର ତଥା ପ୍ରଶାସନିକ ଅପାରଗତା କାରଣରୁ କମିବା ପରିବର୍ତ୍ତେ ଆହୁରି ବଢ଼ିବାରେ ଲାଗିଛି ଲ ଏହି ପରିପ୍ରେକ୍ଷିରେ ରେଢ଼ାଖୋଲ ବିକାଶ ମଞ୍ଚ ଆସନ୍ତା ଫେବୁଆରୀ ୧୪ ତାରିଖ ରେ ରେଢ଼ାଖୋଲ ଅବକାରୀ ବିଭାଗ ଅନ୍ତର୍ଗତ ରେଢ଼ାଖୋଲ,ଚାରମାଲ,ନାକଟିଦେଉଳ ଓ କିସିଣ୍ଡା ଥାନା ସମ୍ମୁଖରେ ଧାରଣା ଦେବାକୁ ସୂଚନା ଦେବା ସହି ଦାବିପତ୍ର ଦେଇ ସରକାରଙ୍କୁ ଚେତେଇ ଦେଇଛନ୍ତି l ଏଥିପାଇଁ ମଞ୍ଚ ପକ୍ଷରୁ ପ୍ରସ୍ତୁତି ବୈଠକ ମାନ କରାଯାଇ ଆନ୍ଦୋଲନ ପାଇଁ ସଜବାଜ, ଲକ୍ଷ୍ମୀ ନାରାୟଣ ଖିଲାରୀଙ୍କ ଅଧ୍ୟକ୍ଷରେ ସ୍ଥାନିୟ କୁରୁମଟିକିରା ସ୍ଥିତ ନିର୍ମାଣ ଶ୍ରମିକ ଭବନରେ ଏକ ପ୍ରସ୍ତୁତି ବୈଠକ କରିବା ସହ ରେଢ଼ାଖୋଲ ଉପଜିଲ୍ଲାପାଳ ବିଶିକେସନ ଦେହୁରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି l ଏଥିସହିତ ଏହାର ନକଲ କପି ରେଢ଼ାଖୋଲ ଅବକାରୀ ,ପୋଲିସ ଏସପିଓ ରେଢ଼ାଖୋଲ,ନାକଟିଦେଉଳ,କିସିଣ୍ଡା,ସମ୍ବଲପୁର ଜିଲ୍ଲାପାଳ ଓ ଏସପି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଅବଗତି ଓ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି l ବିକାଶ ମଞ୍ଚ ପକ୍ଷରୁ ଦିଆଯାଇଥିବା ଦାବିପତ୍ର ଉପରେ ଉଲ୍ଲେଖ କରାଯାଇଛି ଯେ, ରେଢ଼ାଖୋଲ ଉପଖଣ୍ଡରେ ବଢ଼ିଚାଲିଥିବା ବେଆଇନ୍ ମଦ କାରବାର ବନ୍ଦ ପାଇଁ  ଗତ ୨୯ ନଭେମ୍ବର ୨୦୧୮ ରେ ଆନ୍ଦୋଳନ କରାଯାଇ ଉପଖଣ୍ଡ ପ୍ରଶାସନ କୁ ଏକ ଦାବିପତ୍ର ଦିଆଯାଇଥିଲା l ମାତ୍ର  ପଶ୍ଚିମଓଡିଶାରେ ହାଇ କୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଓକିଲଙ୍କ ଆନ୍ଦୋଳନ ଲାଗି ରହିଥିବା ଲାଗି ଆସନ୍ତା ଫେବୁଆରୀ ୧୪ ତାରିଖ ଦିନ ଏହି ଧାରଣା ଦେବା ସହିତ ଆନ୍ଦୋଳନ କରାଯିବ ବୋଲି ମଞ୍ଚ ସୂଚନା ଦେଇଛି l

Leave A Reply

Your email address will not be published.