ଗୁଣୁପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ‘ସୁରକ୍ଷିତ ବଚପନ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ

12

ଶିଶୁ ଯୌନ ନିର୍ଯାତନା ନିରୋଧ ଓ ଆଇନଗତ ସଚେତନତା ଉପରେ ଗୁରୁତ୍ୱ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:– ଶିଶୁମାନଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ପ୍ରଦାନ କରିବା ସହ ସେମାନଙ୍କ ମଧ୍ୟରେ ଆଇନଗତ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗୁଣୁପୁରଠାରେ ‘ସୁରକ୍ଷିତ ବଚପନ ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନ ସେବା ପ୍ରାଧିକରଣ , ନୂଆଦିଲ୍ଲୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସର୍ବଭାରତୀୟ ବିଦ୍ୟାଳୟ ସଚେତନତା ଅଭିଯାନକୁ ଗୁଣୁପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ଆଇନ, ୨୦୧୨ (ପୋ ସ କେ ଆକ୍ଟ) ସମ୍ପର୍କରେ ଅବଗତ କରାଇବା ଏବଂ ସେମାନଙ୍କ ସୁରକ୍ଷା ଓ ଅଧିକାର ପ୍ରତି ସଚେତନ କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି କାର୍ଯ୍ୟକ୍ରମରେ ପୃଥକ ଭାବେ ଗୁଣୁପୁର ବ୍ରାହ୍ମଣ ସାହି ୟୁ ପି ସ୍କୁଲ , ମରାଠୀଗୁଡା ୟୁ ପି ସ୍କୁଲ, ଏବଂ ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଆୟୋଜିତ ହୋଇଥିଲା। ଏଥିରେ ଗୁଣୁପୁର କୋର୍ଟରୁ ପ୍ୟାନେଲ ଓକିଲ ଭାବେ ରମେଶ ଚନ୍ଦ୍ର ଲିମା, ଏସ ଶିବାଜୀ ଓ ଗୁଡ଼ାଳ ମାଧବୀ ଯୋଗ ଦେଇଥିବା ବେଳେ ଗୁଣୁପୁର ଏ ବି ଓ ସବିତା ଶବର ଓ ସ୍ୱେଚ୍ଛାସେବୀ ସୁଷମା ଦାସ ଯୋଗଦେଇ ଆଇନ ସେବା ସହ ଜଡ଼ିତ ବ୍ୟକ୍ତିମାନେ ଶିଶୁମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନାକୁ ରୋକିବା, ଶିଶୁମାନଙ୍କୁ ନିଜର ଅଧିକାର ବିଷୟରେ ଜଣାଇବା ଏବଂ ଏଭଳି ଘଟଣା ଘଟିଲେ ଭୟ ନକରି ଅଭିଭାବକ, ଶିକ୍ଷକ କିମ୍ବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।ଶିଶୁମାନଙ୍କ ପାଇଁ ଏକ ସୁରକ୍ଷିତ, ଭୟମୁକ୍ତ ଓ ସମ୍ମାନଜନକ ପରିବେଶ ସୃଷ୍ଟି କରିବାରେ ବିଦ୍ୟାଳୟ, ଅଭିଭାବକ ଓ ସମାଜର ସମସ୍ତଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ସମସ୍ତ ବିଦ୍ୟାଳୟ ଦୁର୍ଗା ପ୍ରସାଦ ଶତପଥି , ଦୁର୍ଗା ମହାପାତ୍ର ଏବଂ ନିତ୍ୟାନନ୍ଦ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.