ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) :ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ଉନ୍ନୟନ ସମ୍ୱନୟ ଓ ପର୍ଯ୍ୟବେକ୍ଷଣ ସମିତି (ଦିଶା) ବୈଠକ ମାନ୍ୟବର ସାଂସଦ, ବଲାଙ୍ଗୀର, ଶ୍ସଙ୍ଗୀତା କୁମାରୀ ସିଂହ ଦେଓ ଙ୍କ ଅଧ୍ୟକ୍ଷତାରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୧ଘଟିକାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ବିଧାୟକ, ବୀରମହାରାଜପୁର ଇଞ୍ଜିନିୟର ରଘୁନାଥ ଜଗଦଲା, ଜିଲ୍ଲାପାଳ, ସୁବର୍ଣ୍ଣପୁର, ଅନ୍ୟା ଦାସ, , ଦିଶା କମିଟିର ସମସ୍ତ ସଦସ୍ୟ/ ସଦସ୍ୟା ବୃନ୍ଦ, ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁର, ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁରଙ୍କ ସମେତ ସୁବର୍ଣ୍ଣପୁର ଜିଲ୍ଲାର କାର୍ଯ୍ୟରତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ଓ ସମ୍ବାଦ ପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଏହି ଦିଶା ବୈଠକର ଅଧ୍ୟକ୍ଷା, ମାନ୍ୟବର ସାଂସଦ, ବଲାଙ୍ଗୀର, ଶ୍ରୀମତି ସଙ୍ଗୀତା କୁମାରୀ ସିଂହ ଦେଓ, ସୁବର୍ଣ୍ଣପୁର ଜିଲ୍ଲା ରେ କାର୍ଯ୍ୟକାରୀ ହେଉଥିବା ସମସ୍ତ (Flagship Programmee) ପ୍ରଧାନ କାର୍ଯ୍ୟକ୍ରମ ବା ଯୋଜନା ଗୁଡ଼ିକ ଯଥା:-(୧). ସମଗ୍ର ଶିକ୍ଷା, ପ୍ରଧାନ ମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ (ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ (୨). ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (PMGSY), (୩). ପ୍ରଧାନ ମନ୍ତ୍ରୀ କୌଶଳ ବିକାଶ ଯୋଜନା(PMKVY),(୪). ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM), ( ଜଳ ଜୀବନ ମିଶନ(JJM) (୫). କୃଷି ବିଭାଗ ର ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା(PMFBY), ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (RKVY), (୬). ଶକ୍ତି ବିଭାଗର ଦିନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା (DDUGJY), ସମ୍ୱନିତ ଶକ୍ତି ବିକାଶ ଯୋଜନା(IPDS), (୭). ମଙ୍ଗଳ ବିଭାଗ ର ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା (PMAGY),(୮). ସାଂସଦ ହାତ ପାଣ୍ଠି (MPLAD) ବିନିଯୋଗ ଓ ଉନ୍ନୟନ କାର୍ଯ୍ୟ ସମ୍ପାଦନ,(୯). ସମବାୟ ବିଭାଗର ଇ-ଜାତୀୟ କୃଷି ବଜାର (E-NAM) ଓ (୧୦). ଅନ୍ୟାନ୍ୟ ଯୋଜନା ସମସ୍ତ ଉନ୍ନୟନ ବା ବିକାଶ କାର୍ଯ୍ୟର ଅଗ୍ରଗତିର ପର୍ଯ୍ୟବେକ୍ଷଣ କରିଥିଲେ । ବର୍ତ୍ତମାନ ଚାଲୁଥିବା ସମସ୍ତ ବିଭାଗର ଉନ୍ନୟନ ବା ବିକାଶ ମୂଳକ କାର୍ଯ୍ୟ ଗୁଡ଼ିକୁ ତୁରନ୍ତ ସମାପ୍ତ ବା ସମାପନ କରି ବିନିଯୋଗ ପ୍ରମାଣ ପତ୍ର ସଂପୃକ୍ତ କାର୍ଯ୍ୟାଳୟ କୁ ପ୍ରେରଣ କରିବା ପାଇଁ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ଅଧ୍ୟକ୍ଷା, ଦିଶା କମିଟି ସୁବର୍ଣ୍ଣପୁର ଜିଲ୍ଲା ତଥା ମାନ୍ୟବର ସାଂସଦ, ବଲାଙ୍ଗୀର, ସଙ୍ଗୀତା କୁମାରୀ ସିଂହ ଦେଓ ପରାମର୍ଶ ଓ ନିର୍ଦ୍ଧେଶ ଦେଇଥିଲେ। ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ,ସୁବର୍ଣ୍ଣପୁର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.