ଚନ୍ଦନଭାଟିରେ ପ୍ରଥମ ଥର ଲାଗି ଉପଯୁକ୍ତ ମାନ ବହନ କରୁଥିବା ତୈଳ ଜାତୀୟ ବୀଜ କ୍ରୟର ଶୁଭାରମ୍ଭ

0 2

ବଲାଙ୍ଗିର- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ଓଡିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲିଃ. ଓ ଆଂଚଳିକ କ୍ଷେତ୍ର ପରିଚାଳକ ମାର୍କଫେଡ଼, ବଲାଙ୍ଗୀରଙ୍କ ଦ୍ୱାରା ବଲାଙ୍ଗୀର ଜିଲ୍ଲାର  ଚନ୍ଦନଭାଟି ପେସ୍କରେ ପ୍ରଥମ ଥର ଲାଗି ଉପଯୁକ୍ତ ମାନ ବହନ କରୁଥିବା ତୈଳ ଜାତୀୟ ବୀଜ  କ୍ରୟର ଶୁଭାରମ୍ଭ କରାଯାଇଛି ।  ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ବଲାଙ୍ଗୀର ପବିତ୍ର କୁମାର ବେହେରା ଯୋଗଦେଇଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବାବୁଲି ଚରଣ ସେଠି,  ଡିଆରସିଏସ ପ୍ରମୋଦ କୁମାର ବରିହା, ଏଡିଓ ବଡ ପଣ୍ଡା, ଏଆରସିଏସ ଜାଭିୟର ସରେନ, ଏରିଆ ମେନେଜେର ମାର୍କଫେଡ଼ ରାଜେଶ କୁମାର ପଣ୍ଡା, ଚନ୍ଦନଭାଟି ସମିତି ସଭ୍ୟା ସଂଗୀତା ପାଣିଗ୍ରାହୀ, ସରପଂଚ ପଙ୍କଜିନୀ ସାହୁ ପ୍ରମୁଖ ମଂଚାସୀନ ଥିଲେ ।  ବଲାଙ୍ଗୀର ଜିଲ୍ଲାର ୨୯ଟି ପେସ୍କ ମାଧ୍ୟମରେ  ଜିଲ୍ଲାରେ ୩୧୮୦ କୁଇଣ୍ଟାଲ ମୁଗ, ୪୧ କୁଇଣ୍ଟାଲ ବିରି, ୨୩୪ କୁଇଣ୍ଟାଲ ଚିନାବାଦାମ କ୍ରୟ ପାଇଁ ପଞ୍ଜିକରଣ କରାଯାଇଅଛି ।  ଆଜିର ଏହି କାର୍ଯ୍ୟକ୍ରମରେ ଚନ୍ଦନଭାଟି ପେସ୍କ ଦ୍ୱାରା ୧୯୯ କୁଇଣ୍ଟାଲ ମୁଗ କ୍ରୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଜନା ଅଧିକାରୀ ସୁଧାକର ନନ୍ଦ, ବ୍ଲକ କୃଷି ଅଧିକାରୀ ବିଶ୍ୱଜିତ ପାଟଯୋଶୀ, ସହାୟକ କୃଷି ଅଧିକାରୀ ସୁଜାତା ଛତ୍ରିଆ ତଥା ଚନ୍ଦନଭାଟିର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ଗ୍ରାମବାସୀ,  ଚନ୍ଦନଭାଟି ପେସ୍କର କର୍ମଚାରୀ  ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.