ପଦ୍ମପୁର :- ସ୍ଥାନୀୟ ଭେଁଉରିଆ ଛକଠାରେ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଛାତ୍ରୀ ସୌମ୍ୟଶ୍ରୀ ବିଶି ଙ୍କ ମୃତ୍ୟୁ ର ନ୍ୟାୟ ପ୍ରତିବାଦ ରେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଙ୍କ କୁଶ ପୁତ୍ତଳିକା ଦାହ କରିଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ । ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା ପରେ ବିଶାଳ ଶୋଭାଯାତ୍ରା ରେ ବାହାରି ଯୁବନେତା ଭୋଜରାଜ ସିଂ ବରିହା ଙ୍କ ନେତୃତ୍ଵରେ ବରିଷ୍ଠ ନେତା ପ୍ରଶାନ୍ତ ମହାନ୍ତି, ଟାଉନ ସଭାପତି ନବ କିଶୋର ସାହୁ, ଭରତ ପଣ୍ଡା, ସରଜୁ ପଟ୍ଟନାୟକ, ସୌମ୍ୟ ହୋତା, ନବୁ ଅଗ୍ରୱାଲ, ଅଚ୍ୟୁତାନନ୍ଦ ସେଠ୍, ଠାକୁର ପଣ୍ଡା, ବୀର୍ ଶର୍ମା ଙ୍କ ଶହ ଶହ ଛାତ୍ର ଓ ବିଜେଡି କର୍ମୀ ଯୋଗଦେଇ ରାଜ୍ୟରେ ନାରୀ ଅସୁରକ୍ଷିତ ସମ୍ପର୍କରେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିବା ସହିତ ଇସ୍ତଫା ଦାବି କରିଥିଲେ।
Sign in
Sign in
Recover your password.
A password will be e-mailed to you.