ରାଜ୍ୟ ମାନବାଧିକାର କମିଶନର ଙ୍କ ଠାରୁ ନ୍ୟାୟ ପାଇବା ପୂର୍ବରୁ ଆଖ୍ ବୁଜିଲେ ପ୍ରଭାବତୀ

0 2

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )କେନ୍ଦ୍ର ସରକାରଙ୍କ ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ ସୁବର୍ଣ୍ଣପୁର ଅଧୀନରେ ୧୯୯୬ ରୁ ୨୦୧୪ ପର୍ଯ୍ୟନ୍ତ ଶିକ୍ଷା ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିବା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଳଲାଇନ ପଡ଼ାର ପ୍ରଭାବତୀ ବେହେରା ଙ୍କ ମୃତ୍ୟୁ ହୋଇଯାଇଛି । ସେ ଉକ୍ତ ସଂସ୍ଥା ରେ ଦୀର୍ଘ ୧୮ ବର୍ଷ କାର୍ଯ୍ୟ କରି ସାରିବା ପରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ NCLP ତଥା ଜିଲ୍ଲା ଶ୍ରମ ଅଧୂକାରୀ ଙ୍କ ଆଦେଶ ମତେ ୩୦ ମାସର ଦରମା ପ୍ରଦାନ ନ କରି ତାଙ୍କୁ କାର୍ଯ୍ୟରୁ ୨୯ ସେପ୍ଟେମ୍ବର ୨୦୧୪ ରେ ଛଟେଇ କରାଯାଇଥିଲା ଓ ତାର କିଛିଦିନ ପରେ ତାଙ୍କ ସ୍ବାମୀ ସୁନିଲ କୁମାର ମହାନ୍ତି ଡୁଙ୍ଗୁରିପାଲି ସାପ୍ତାହିକ ବଜାର ରେ ସଉଦା କରୁ କରୁ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ ।
ଡୁଙ୍ଗୁରିପାଲି ରେଳ ଲାଇନ୍ ପଡ଼ାରେ ରହି ବିଶେଷ କଷ୍ଟରେ ସେ ଜୀବନ ବିତାଉଥିଲେ। ହେଲେ ବକେୟା ଥୂବା ଦରମା ଗଣ୍ଡାକ ପାଇଲେ ପରିବାର ଚଲାଇବି ବୋଲି ବହୁତ୍ ଆଶା ବାନ୍ଧିଥିଲେ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଆପତ୍ତା ବିଭିନ୍ନ ସମୟରେ ଜଣାଇଥିଲେ। କିନ୍ତୁ ବାକି ଦରମା ନ ପାଇବାରୁ,ପରିଶେଷରେ ରାଜ୍ୟ ମାନବାଧୂକାର କମିଶନ ଙ୍କ ଠାରେ ୨୦୨୦ ମସିହାରେ ଅଭିଯୋଗ କଲେ । OHRC case No. 2628/2020 ମୋକଦ୍ଦମା ରୁଜୁ ହେଲା ଓ ତାହା ବିଚାରାଧୀନ ଅଛି । ତେଣୁ ମାନ୍ୟବର କମିଶନର ଙ୍କ ଆଦେଶ କୁ ଅପେକ୍ଷା କରି ରହିଥିଲେ । ହେଲେ ଉକ୍ତ ମୋକଦ୍ଦମା ଚୂଡାନ୍ତ ହେବା ପୂର୍ବରୁ ମଙ୍ଗଳବାର ସକାଲେ କଟକ ସ୍ଥିତ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.