ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ପୂର୍ବତନ ସରପଞ୍ଚ ହତ୍ୟା ଘଟଣାରେ ପାଞ୍ଚ ଦିନ ପରେ ରାମପୁର ପୋଲିସ ୪ଜଣ ଙ୍କୁ ଗିରଫ କରି କୋଟ ଚାଲାଣ କରିଛି। ଗତ ୧0 ତାରିଖ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ପଣ୍ଡରାପାଳି ଗାଁ ନିକଟରେ ଗଜବନ୍ଦ ଗ୍ରାମପଂଚାୟତ ର ପୂର୍ବତନ ସରପଞ୍ଚ ତଥା ସରପଞ୍ଚ ଙ୍କ ସ୍ୱାମୀ ବଲ୍ଲଭ ଖେତି ଙ୍କୁ ନିର୍ମମ ଭାବେ ହତ୍ୟା ଘଟଣା ରେ ଆଜି ଚାରି ଜଣ ଅଭିଯୁକ୍ତ ଙ୍କୁ ରାମପୁର ପୋଲିସ ଗିରଫ୍ କରି କଡା ସୁରକ୍ଷା ବଳୟ ରେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ମେଡିକାଲ ଯାଞ୍ଚ ପାଇଁ ପଠାଇଛି l ମୃତଙ୍କ ଙ୍କ ବଡ଼ଭାଇ ଲବ କ୍ଷେତୀ ଙ୍କ ଅଭିଯୋଗ ଆଧାରରେ ରାମପୁର ପୋଲିସ୍ କେସ ନଂ ୯୮ ଧାରା ୧୦୩(୧) ୩(୫) BNS ଆଧାରରେ ଅଭିଯୁକ୍ତ ମାନେ ହେଲେ ବ୍ରାହ୍ମଣୀପାଳି ଗ୍ରାମର ଯୋଗେଶ୍ଵର ଭୋଇ (୪୨),ଗଜବନ୍ଦ ର ଶୁଜଇ ଧନଞ୍ଜୟ ପଶାୟତ (୪0), ପଣ୍ଡରାପାଳି ର ଗୋବିନ୍ଦ ବେହେରା ଓରଫ ପିଙ୍କୁ (୪6) ଏବଂ ଗଜବନ୍ଦ ର ଜଗଦୀଶ ଏଲିଅସ ହୃଶୀକେଶ ବଗର୍ତ୍ତୀ (୫୪) ବୋଲି ସୂଚନା ମିଳିଛି lମେଡିକାଲ ଚେକ ପରେ କୋର୍ଟ ଚାଲାଣ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି l ହତ୍ୟା କାଣ୍ଡ ର କାରଣ ଏହି ହତ୍ୟା ପଛରେ ଏକ ଦୀର୍ଘ ଦିନର ଶତ୍ରୁତା ଥିବା ପୋଲିସ୍ ତଦନ୍ତ ରୁ ଜଣାପଡିଛି।ପ୍ରଥମତଃ ଯୋଗିଶ୍ୱର୍ ଭୋଇ ଓ ମୃତକ ଙ୍କ ଏକ ଜମି ବିବାଦ ଥିବା ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଛନ୍ତି। ଦ୍ଵିତୀୟ ରେ ମୃତକ ବଲ୍ଲଭଖେତୀ ଙ୍କ ସହ ଅଭିଯୁକ୍ତ ଗଜବନ୍ଧ ଗ୍ରାମ ର ସୂଜେଇତ୍ ପ୍ରସାୟତ୍ ଓ ଜଗଦୀଶ ବଗର୍ତ୍ତି ଓ ପଣ୍ଡରାପାଲି ଗ୍ରାମ ର ଗୋବିନ୍ଦ ବେହେରା ଙ୍କ ଗତ ପଞ୍ଚାୟତ ଇଲେକ୍ସନ ସମୟ ରେ ସପୋର୍ଟ କରି ନ ଥିବା ନେଇ ମତାନ୍ତର ଥିଲା । ଏ ରାଜନୈତିକ ଘଟଣା କୁ ନେଇ ଏକ ମାସ ପୂର୍ବରୁ ଗଜବନ୍ଧ ଛକ ରେ ଝଗଡ଼ା ହୋଇଥିବା ତଦନ୍ତ ରିପୋର୍ଟ ରୁ ଜଣା ପଡ଼ିଥିବା ଆରକ୍ଷୀ ଅଧିକ୍ଷକ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି। ଉପରୋକ୍ତ ଅଭିଯୁକ୍ତ ଙ୍କ ସହ ମୃତକ୍ ବଲ୍ଲଭ ଖେତୀ ଙ୍କ ସହ ଗ୍ରାମ ପଞ୍ଚାୟତ ଫଣ୍ଡସ ରେ ହେଉଥିବା ଠିକା କାମକୁ ନେଇ ମଧ୍ୟ ଗାଳି ଝଗଡ଼ା ହୋଇଥିବା ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.