ବରପାଲି ବିଜେଡି ପକ୍ଷରୁ ଏଫ୍ ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ପ୍ରତିବାଦ ଓ ବିକ୍ଷୋଭ ପଦର୍ଶନ

0 2

ବରପାଲି :-ବାଲେଶ୍ବର ଫକୀର ମୋହନ ବିଶ୍ବବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ଙ୍କୁ ନିର୍ଯାତନା ଓ ଆତ୍ମହତ୍ୟା ଘଟଣା କୁ ନେଇ ଆଜି ବରପାଲି ରେ ବିଜେଡି ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଆଜି ବିଜେଡି ଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ରୀତା ସାହୁ ଙ୍କ ନେତୃତ୍ବ ରେ ବହୁ ନେତା ଓ କର୍ମୀ ରାଜ୍ୟ ବିଜେପି ସରକାରଙ୍କ ବିରୁଦ୍ଧ ରେ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରା ରେ ନଗର ପରିକ୍ରମା କରି ବରପାଲି ର ମୁଖ୍ୟ ଛକ ଗାନ୍ଧୀ ଛକ ଠାରେ ମୁଖ୍ୟ ମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କରି ତାଙ୍କ ଇସ୍ତଫା ଦାବି କରିଥିଲେ । ରାଜ୍ୟ ରେ ବିଜେପି ସରକାର ଛାତ୍ର ଛାତ୍ରୀ ଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇ ଥ‌ିବାରୁ ନୈତିକତା ଦୃଷ୍ଟିରୁ ରାଜ୍ୟ ମୁଖ୍ୟ ମନ୍ତ୍ରୀ ଓ ରାଜ୍ୟ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବାପାଇଁ ଦାବୀ କରିଥିଲେ ।ଆଜିର ର ଏହି କାର୍ଯକ୍ରମ ରେ ପୂର୍ବତନ ମନ୍ତ୍ରୀ ରୀତା ସାହୁ ଙ୍କ ସମେତ ପ୍ରଦ୍ଯମ୍ନ କୁମାର ତ୍ରିପାଠୀ, ଗୌରହରୀ ମିଶ୍ର, ଲାଲ ବିକ୍ରମ ସିଂହ ଦେଓ,ସୌରଭ ସାହୁ, ଟିକାୟତ ମହତ୍ତମ, ବିଜନ ଦାଶ, ତରଣି ଦେବତା,ମହେନ୍ଦ୍ର ମେହେର,ପିଙ୍କୁ ବେହେରା, ସୁରେଶ ମେହେର,ଝରଣା ମେହେର, ଦେବାନନ୍ଦ ମେହେର, ସୁବ୍ରତ ସାହୁ,ମସ୍ତ ନାୟକ ଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇଥିଲେ।

Leave A Reply

Your email address will not be published.