ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ କ୍ରୀଡା

0

ମାଣ୍ଡୋସିଲ/ରାଜେନ୍ଦ୍ର ବେହେରା : ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା କେନ୍ଦ୍ର ଅଧ୍ୟକ୍ଷ ଗଙ୍ଗାଧର ରଣା ପତାକା ଉତ୍ତୋଳନ କରି ଖେଳ ଆରମ୍ଭ କରିଥିଲେ। ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଖେଳ ଖେଳା ଯାଇଥିଲା। ଖେଳ ଶିକ୍ଷକ ହେମସାଗର ସାହୁ, ନବୀନ ମେହେର, ପଦ୍ମଲୋଚନ ମାଝୀ, ରୁଦ୍ରମାଧବ ବୈଠାରୁ ଓ ବିଶିକେତନ ବାଗ ପରିଚାଳନା କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ସଭ୍ୟ ବିଶ୍ବନାଥ ବାଗ, ସମ୍ମାନିତ ଅତିଥି ହିମାଦ୍ରୀ ପୁଟା(ମାଣ୍ଡୋସିଲ ସରପଞ୍ଚ), ରମ୍ଭା ତାଣ୍ଡି (ଜାମସେଠ ସରପଞ୍ଚ), ଯୁଧିଷ୍ଠିର ସାହୁ ଯୋଗ ଦେଇ ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ବେଦରାମ ପଟେଲ ସଭା ପରିଚାଳନା କରିଥିଲେ। ଏଥିରେ ସମସ୍ତ ଅପାଭାଇ ଓ ମାଣ୍ଡୋସିଲ ହାଇସ୍କୁଲର ସ୍କାଉଟ ଛାତ୍ରମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.