ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ।

0

ପଦ୍ମପୁର/ନୀଳ ଦୀପ: ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସରୋଜ କୁମାର ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଗଙ୍ଗାଧର ମହାନ୍ତି ଜାତୀୟ ବୀର ଦ୍ବୟଙ୍କ ବ୍ଲକ ବିଷୟରେ ଆଲୋକପାତ କରିଥିଲେ।ଏହି ଅବସରରେ ଅନୁଷ୍ଠିତ ରଚନା,କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏଥିରେ ବିଦ୍ୟାଳୟର ଶିକ୍ଷକ ଜିତେନ୍ଦ୍ର ପଣ୍ଡା, ସୁନୀଲ ସିହ୍ନା, ରାଜେଶ ଖମାରୀ,କ୍ଷୀରସିନ୍ଧୁ ସୁନା,ଅଭିଳାଷ ସାହୁ, ମୋହନ ବନଛୋର,ହରେକୃଷ୍ଣ ମେହେର,ସୁମିତ ମହାନ୍ତି ଓ କର୍ମଚାରୀ ଦିପକ ତିବାରୀ,କୃଷ୍ଣଚନ୍ଦ୍ର ପଧାନ,ପଦ୍ମନାଭ ବୁଡେକ,ନନ୍ଦଗୋପାଲ ବନଛୋର ପ୍ରମୂଖ ସହଯୋଗ କରିଥିଲେ ।

Leave A Reply

Your email address will not be published.