ଜାମସେଠ ଓ ମାଣ୍ଡୋସିଲ ହାଇସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ

0

ମାଣ୍ଡୋସିଲ/ରାଜେନ୍ଦ୍ର ବେହେରା : ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଜାମସେଠ ନେତାଜୀ ଯୁବକ ସଂଘ ପକ୍ଷରୁ କ୍ଳବ ସଭାପତି ହେମନ୍ତ ପ୍ରଧାନଙ୍କ ସଭାପତିତ୍ବରେ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ଜାମସେଠ ସରପଞ୍ଚ ରମ୍ଭା ତାଣ୍ଡି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଅମରେଶ ଠାକୁର, ଓଡ଼ିଆ ଅଧ୍ୟାପକ,ମାଣ୍ଡୋସିଲ ଡିଗ୍ରୀ କଲେଜ, ଶିକ୍ଷକ ତରଣୀସେନ ଡନସନା ଓ ଲଦ୍ରୋ ଗଏତା ପ୍ରମୁଖ ଯୋଗଦେଇ ନେତାଜୀଙ୍କ ଉପରେ ବକ୍ତବ୍ୟ ରଖିଥିଲେ। ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ। ନରୋତ୍ତମ ମାଝୀ,ଶରତ ତାଣ୍ଡି,ମଦନ ଭୋଇ,ରୂପସିଂ ପୁଝାରୀ, ରାଜେଶ କେତେକି ପ୍ରମୁଖ ସହଯୋଗ କରିଥିବା ବେଳେ ଜିତୁନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ମାଣ୍ଡୋସିଲ ହାଇସ୍କୁଲରେ ମଧ୍ୟ ଭାରପ୍ରାପ୍ତ ଶିକ୍ଷକ କ୍ରିଷ୍ଣା ବାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅମର ସିଂ ଧରୁଆ,ବିଜୟ ସା, ସୁମିତ କନ୍ଧେଇ, ନୀଳମଣି ପୁଟା,ଗିତାଞ୍ଜଳୀ ରଣା ସହଯୋଗ କରିଥିଲେ। ମିନତି ଟେଟେ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.