ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେଲେ ରେଙ୍ଗାଲିର ପୂର୍ବତନ ବିଧାୟକ ରମେଶ ପଟୁଆ

67

  • ବରିଷ୍ଠ ବିଜେଡି ନେତୃବୃନ୍ଦଙ୍କ ପକ୍ଷରୁ ସ୍ୱାଗତ
  • ରେଙ୍ଗାଲି ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଜେଡି ହେବ ସୁଦୃଢ
  • ୨୦୨୯ରେ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ କରିବା ପାଇଁ ଦେଲେ ପ୍ରତିଶ୍ରୁତି


ଭୁବନେଶ୍ୱର, ୩୦/୧୦/୨୦୨୬: ବିଜେଡିରେ ସାମିଲ ହୋଇଛନ୍ତି ରେଙ୍ଗାଲିର ପୂର୍ବତନ ବିଧାୟକ ଶ୍ରୀ ରମେଶ ପଟୁଆ । ସେ ଶତାଧିକ ସମର୍ଥକଙ୍କ ସହ ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନଠାରେ ଆଜି ଆୟୋଜିତ ଏକ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ଉପସଭାପତି ଶ୍ରୀମତୀ ପ୍ରମିଳା ମଲ୍ଲିକ, ଉପସଭାପତି ଶ୍ରୀ ପ୍ରତାପ ଜେନା, ବିଧାୟକ ଶ୍ରୀ ସୁଦର୍ଶନ ହରିପାଲ ଏବଂ ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍ ମହାନ୍ତି ଉପସ୍ଥିତ ରହି ଶ୍ରୀ ପଟୁଆ ଓ ତାଙ୍କ ସମର୍ଥକମାନଙ୍କୁ ବିଜେଡି ପରିବାରକୁ ସ୍ୱାଗତ କରିଥିଲେ ।
ଦଳରେ ଯୋଗଦେଇଥିବା ସଦସ୍ୟମାନଙ୍କୁ ସ୍ୱାଗତ କରି ବରିଷ୍ଠ ନେତୃବୃନ୍ଦ କହିଥିଲେ ଯେ, ଶ୍ରୀ ରମେଶ ପଟୁଆ ଓ ତାଙ୍କ ସମର୍ଥକମାନଙ୍କ ଯୋଗଦାନ ଦ୍ୱାରା ବିଶେଷକରି ରେଙ୍ଗାଲି ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିଜେଡିର ସାଂଗଠନିକ ଶକ୍ତି ଆହୁରି ସୁଦୃଢ଼ ହେବ । ଦଳର ଜନକଲ୍ୟାଣ, ଆଞ୍ଚଳିକ ବିକାଶ, ସାମାଜିକ ନ୍ୟାୟ ଏବଂ ଓଡ଼ିଶାର ସ୍ୱାର୍ଥ ସୁରକ୍ଷା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇବ ।


ଏହି ଅବସରରେ ଶ୍ରୀ ରମେଶ ପଟୁଆ କହିଥିଲେ ଯେ, ରେଙ୍ଗାଲି ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଜୁ ଜନତା ଦଳକୁ ଅଧିକ ସୁଦୃଢ଼ କରିବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବୁ । ଦଳର ସାଂଗଠନିକ ଭିତ୍ତିଭୂମିକୁ ବ୍ୟାପକ କରିବା ସହ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ସହ ସମ୍ପର୍କକୁ ଆହୁରି ମଜବୁତ କରିବୁ । ଏଥିସହ ୨୦୨୯ରେ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପୁନର୍ବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ କରିବା ଦିଗରେ କାର୍ଯ୍ୟ କରିବୁ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଶ୍ରୀ ରମେଶ ପଟୁଆ ଓ ତାଙ୍କର ଶତାଧିକ ସମର୍ଥକଙ୍କ ବିଜେଡିରେ ଯୋଗଦାନ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ତଥା ବିଜୁ ଜନତା ଦଳର ଆଦର୍ଶ, ନୀତି ଓ ବିକାଶମୂଳକ ଦୃଷ୍ଟିକୋଣ ପ୍ରତି ରାଜନୈତିକ କର୍ମୀ ଓ ତୃଣମୂଳ ସ୍ତରର ନେତୃତ୍ୱଙ୍କ ଆସ୍ଥା ଓ ବିଶ୍ୱାସକୁ ପ୍ରତିଫଳିତ କରୁଛି । ନୂତନ ସଦସ୍ୟମାନେ ଦଳର ସାଂଗଠନିକ ଶକ୍ତି ବୃଦ୍ଧି କରିବା ସହ ଓଡ଼ିଶାବାସୀଙ୍କ ପ୍ରତି ଦଳର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇବାରେ ସକ୍ରିୟ ଯୋଗଦାନ କରିବ ବୋଲି ବିଜେଡି ନେତୃବୃନ୍ଦ ଆଶା ପ୍ରକାଶ କରିଥିଲେ ।
ଏହି ମିଶ୍ରଣ ପର୍ବରେ ବିଜେଡିରେ ଯୋଗଦେଇଥିବା ପ୍ରମୁଖ ନେତା ଓ ପ୍ରତିନିଧିମାନେ ହେଲେ ସତ୍ୟନାରାୟଣ ମହାନନ୍ଦିଆ, ମନବୋଧ ମହାନନ୍ଦ, ନିରଞ୍ଜନ ଜୟପୁରିଆ, ପବିତ୍ର କୁମୁରା, ଭଗବତୀ ରାଉତ, ସୁବାଷ କିଷାନ, କ୍ଷୀରୋଦ ମାଝୀ, ଜୟରାମ କିଷାନ, ସଞ୍ଜୀବ ନାୟକ, ପଦ୍ମଲୋଚନ ମାଝୀ, ଇଶ୍ୱର କୁମୁରା, ଦୁର୍ଯ୍ୟୋଧନ ନାୟକ, ଶରତ ନାୟକ, ମିଶୋର ଖରସେଲ, ଓମ୍ ପ୍ରକାଶ ନାୟକ, ଦାମ୍ରୁ ଚାନ୍ଦ, କ୍ୟାମ୍ସିଲା କିଷାନ ଏବଂ ବିନୟ ମରାଇ ପ୍ରମୁଖ ରହିଥିଲେ ।

Leave A Reply

Your email address will not be published.