୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ଷଷ୍ଠ ଦିନର ଖେଳରେ ପାୟେନିଅର ପୁରୀ ଓ ସ୍ପୋର୍ଟସ ଏକାଡେମୀ ରାଉଲକେଲା ବିଜୟୀ

0

ମଙ୍ଗଳବାର ଦିନ ପ୍ରଥମ ମ୍ୟାଚ ପାୟେନିଅର ପୁରୀ ଓ ରାଇଜିଙ୍ଗ ଷ୍ଟୁଡେଂଟ କଟକ

ଏବଂ ଦ୍ୱିତୀୟ ମ୍ୟାଚ ସ୍ପୋର୍ଟସ ଏକାଡେମୀରାଉଲକେଲା ଓ ସେରସା ରାଂଚି ମଧ୍ୟରେ

ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ  ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ଷଷ୍ଠ ଦିବସରେ ପ୍ରଥମ ମ୍ୟାଚ ଜାମସେଦପୁର ୟଶୋଧାରା ଓ ପାୟେନିଅର ପୁରୀ ମଧ୍ୟରେ ହୋଇଥିଲା ।ଏହି ମ୍ୟାଚରେ ପାୟେନିଅର ପୁରୀ ମଧ୍ୟରେ ବିଜୟୀ ହୋଇଥିଲା ଏବଂ ଦ୍ୱିତୀୟ ମ୍ୟାଚ ଗୋଲଡେନ ଇଗଲ ସମ୍ବଲପୁର ଓ ସ୍ପୋର୍ଟସ ଏକାଡେମୀ ରାଉଲକେଲା ମଧ୍ୟରେ ହୋଇଥିଲା ।ଏହି ମ୍ୟାଚରେ ସ୍ପୋର୍ଟସ ଏକାଡେମୀ ରାଉଲକେଲା ବିଜୟୀ ହୋଇଥିଲା ।

           ପ୍ରଥମ ମ୍ୟାଚ ଜାମସେଦପୁର ୟଶୋଧାରା ଓ ପାୟେନିଅର ପୁରୀ ମଧ୍ୟରେ  ଅନୁଷ୍ଠିତ ହୋଇଥିଲା । ଜାମସେଦପୁର ୟଶୋଧାରା ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ବିନିମୟରେ ୯୮ ରନ ସଂଗ୍ରହ କରିଥିଲେ । ଜବାବରେ ପାୟେନିଅର ପୁରୀ ଦଳ ପକ୍ଷରୁ ଆୟୁଶକାନ୍ତ ମହାନ୍ତି ୩ଟି ଏବଂ ଦିନେଶ ସାହୁ ୨ଟି ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ପାୟେନିଅର ପୁରୀ ଦଳ ଦିନେଶ ସାହୁଙ୍କ ୩୯(୨୭)ରନ ସହାୟତାରେ ୧୫.୨ ଓଭରରେ ଆବଶ୍ୟକ ୯୯ ରନ ସଂଗ୍ରହ କରି ପ୍ରଥମ ମ୍ୟାଚ ବିଜୟୀ ହୋଇଥିଲେ ।

             ଦ୍ୱିତୀୟ ମ୍ୟାଚ ଗୋଲଡେନ ଇଗଲ ସମ୍ବଲପୁର ଓ ସ୍ପୋର୍ଟସ ଏକାଡେମୀ ରାଉଲକେଲା ମଧ୍ୟରେ ଅନୁଷ୍ଠିତ  ହୋଇଥିଲା । ଗୋଲଡେନ ଇଗଲ ସମ୍ବଲପୁର ଦଳ ପ୍ରଥମ ବ୍ୟାଟିଙ୍ଗ କରି ୧୭.୨ ଓଭରରେ ମାତ୍ର ୭୪ ରନ ସଂଗ୍ରହ କରି ସମସ୍ତ ଉଇକେଟ  ହରାଇଥିଲେ । ସ୍ପୋର୍ଟସ ଏକାଡେମୀ ରାଉଲକେଲା ଦଳ ପକ୍ଷରୁ ବିଜୟ ୟାଦବ ୧୮ ରନରେ ୩ଟି ଉଇକେଟ ଅକ୍ତିଆର କରିଥିଲେ । ରାଉଲକେଲା ଦଳ ଗଙ୍ଗା ସୁନାଙ୍କ ଅପରାଜୟ ୫୩(୩୧)ରନ ସହାୟତାରେ ମାତ୍ର ୯.୧ ଓଭରରେ ୨ କ୍ରିକେଟ ହରାଇ ଆବଶ୍ୟକ ୭୫ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ ।

        ପୁରଷ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବସ ମାଲିକ ସଂଘ ସଭାପତି ଶ୍ରୀଯୁକ୍ତ ମନୋରଂଜନ ସିଂ ବରିହା ଓ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ ଯୋଗଦେଇ ପ୍ରଥମ ମ୍ୟାଚର ପାୟେନିଅର ପୁରୀ ଦଳର ଦିନେଶ ସାହୁଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଏବଂ ଦ୍ୱିତୀୟ ମ୍ୟାଚର ସ୍ପୋର୍ଟସ ଏକାଡେମୀ ରାଉଲକେଲା ଗଙ୍ଗା ସୁନାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବରେ ପୁରଷ୍କୃତ କରିଥିଲେ । ସଂସ୍ଥା  ଦିନର ମ୍ୟାଚ ଗୁଡିକୁ ଅମ୍ପାୟାର ସଚିଦାନନ୍ଦ ସାହୁ,ଅମୀୟ ସାହୁ,ସଂଜୟ କୁମାର ନାଏକ ଓ ମହେଶ ମୁନସୀ ପରିଚାଳନା କରିଥିଲେ । ଆକାଶ କୁମାର ଦାଶ ସ୍କୋରର ଦାୟିତ୍ୱ ତୁଲାଇଥିବା ବେଲେ ଦିବ୍ୟ ପଂଡା ଓ ଶାଶ୍ୱତ ଦାଶ  ଧାରାବିବରଣୀ ପ୍ରଦାନ କରିଥିଲେ । ମଙ୍ଗଳବାର ଦିନ ପ୍ରଥମ ମ୍ୟାଚ ପାୟେନିଅର ପୁରୀ ଓ ରାଇଜିଙ୍ଗ ଷ୍ଟୁଡେଂଟ କଟକ ଏବଂ ଦ୍ୱିତୀୟ ମ୍ୟାଚ ସ୍ପୋର୍ଟସ ଏକାଡେମୀରାଉଲକେଲା ଓ ସେରସା ରାଂଚି ମଧ୍ୟରେ ଅନୁଷ୍ଠିତ ହେବ  ।

Leave A Reply

Your email address will not be published.