ଇଣ୍ଡୋର ଷ୍ଟାଡିୟମର ଭିତିପ୍ରସ୍ଥର ସ୍ଥାପନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

0

ବଲାଙ୍ଗୀର/ନିରୋଜ ମିଶ୍ର  : ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ନିର୍ମିତ ହେବାକୁ ଥିବା ଇଣ୍ଡୋର ଷ୍ଟାଡିଓମର ଭିତିପ୍ରସ୍ଥର ସ୍ଥାପନ କରିଛନ୍ତି  କେନ୍ଦ୍ରମନ୍ତ୍ରୀ ପେଟ୍ରୋଲିଅମ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ। ୪. ୫କୋଟି ଟଙ୍କା ମୂଲ୍ୟରେ ନିର୍ମିତ ହେବାକୁ ଥିବା ଏହି ଷ୍ଟାଡିୟମରେ ବର୍ଷାଜଳ ଅମଳ ଏବଂ ସୌରଶକ୍ତି ସାହାଯ୍ୟରେ ବାହ୍ୟ ଆଲୋକୀକରଣ ବ୍ୟବସ୍ଥା ମଧ୍ୟ ରହିବ ।  ଏହି  ଲୋକସଭା ସାଂସଦ କଲିକେଶ ନାରାୟଣ ସିଂ ଦେଓ,  ବଲାଙ୍ଗୀର ବିରୋଧୀ ଦଳ ନେତା ତଥା ବିଧାୟକ ନରସିଂହ ମିଶ୍ର, , ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂ ଦେଓ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଇଣ୍ଡୋର ଷ୍ଟାଡିଉମ ଦ୍ଵାରା ଦେଶର ଶ୍ରେଷ୍ଠ କ୍ରୀଡ଼ାବିତ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାନଙ୍କୁ ପ୍ରୋତ୍ସାହନ ଯୋଗାଇବ। ତନ୍ମଧ୍ୟରେ ଗେଲ ‘ରଫତାର’ ଦୌଡ଼ କୂଦ ପ୍ରତିଭା ଅନ୍ୱେଷଣ ଅନ୍ୟତମ |  ଯାହା ଅଲମ୍ପିକ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ଉପଯୁକ୍ତ କ୍ରୀଡ଼ାବିତଙ୍କୁ ଚିନ୍ନଟ କରିବାକୁ ପ୍ରୟାସ କରିବ। ସେହିପରି ଏହି ଇଣ୍ଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ, ଭଳିବଲ, ଟେନିସ, ଟେବୁଲ ଟେନିସ ଭଳି ଖେଳ ହୋଇପାରିବ ଏବଂ ଏଠିକାର ଖେଳାଳି ନିଜର ପ୍ରତିଭା ପଦର୍ଶନ କରି ଆଗକୁ ବଢ଼ିବାରେ ସହାୟ ହେବ ଏହି ଇଣ୍ଡୋର ଷ୍ଟାଡିଉମ | ଏହି ଅବସରରେ ବଲାଙ୍ଗୀର ସହରର ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିବା ବେଳେ ବଜେପି, ବିଜେଡ଼ି ଏବଂ କଂଗ୍ରେସ ର ସତାଧିକ କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.