ଶତାଧିକ ଦଳିତ ମହିଳା ଯୁବକ ଓ ବୁଦ୍ଧିଜୀବିଙ୍କ କଂଗ୍ରେସର ଯୋଗଦାନ

0

ଭୁବନେଶ୍ୱର – ନିଆଳି ନିର୍ବାଚନ ମଣ୍ଡଳୀର ଦଳିତ ମହିଳା ଯୁବକ, ଅବସରପ୍ରାପ୍ତ କର୍ମଚାରୀ  କଂଗ୍ରେସରେ ଯୋଗଦେଇଛନ୍ତି । ପୂର୍ବତନ ବିଜେଡ଼ି ଜିଲା ପରିଷଦ ସଭ୍ୟା ମମତା ଭୋଇ, ମୂରଲୀଧର ଦାସ, ସୁକାନ୍ତ ତିହାଡ଼ି, ରମାକାନ୍ତ ଭୋଇଙ୍କ ନେତୃତ୍ୱରେ ସଚିଦାନନ୍ଦ ପରିଛା, ବିନୋଦ ଭୋଇ, ଚନ୍ଦ୍ରମଣୀ ରାଉତ, ହର ଭୋଇ, ଲକ୍ଷ୍ମୀଧର ଦାସ, ବିଷ୍ଣୁ ଭୋଇ, ଶ୍ରୀଧର ଭୋଇ, କାହ୍ନୁ ଚରଣ କାଣ୍ଡି, ପ୍ରକାଶ ଭୋଇ, ବଂଶୀଧର ଭୋଇ, ପ୍ରଦୀପ ଭୋଇ, ଶରତ ଭୋଇ ପ୍ରମୁଖ ଏକ ବିରାଟ ଶୋଭାଯାତ୍ରାରେ ଆସି କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱକୁ ଆଶାପ୍ରକଟ କରି ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ଉକ୍ତ ବୈଠକରେ ଶ୍ରୀ ପଟ୍ଟନାୟକ ନିଆଳି ଅଂଚଳର ଯୋଗଦେଇଥିବା ଶତାଧିକ ମହିଳା, ଯୁବକ, ବୁଦ୍ଧିଜୀବିଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସ୍ୱାଗତ କରି କଂଗ୍ରେସ ଦଳକୁ ସ୍ୱାଗତ କରି ଦଳରେ ଗ୍ରହଣ କରିନେଇଥିଲେ ।  ରାଜ୍ୟରେ ଦଳିତ ମାନଙ୍କ ଉପରେ ଅତ୍ୟାଚାର ଦୀର୍ଘ ୧୮ ବର୍ଷ ଧରି କରିଆସୁଥିବା ରାଜ୍ୟ ସରକାର ଦଳିତଙ୍କ ବିକାଶ ପାଇଁ ଧ୍ୟାନ ଦେଉନାହାନ୍ତି କଂଗ୍ରେସ ଦଳ ସରକାରକୁ ଆସିଲେ ଭୂମିହୀନଙ୍କୁ ଜମି, ଦଳିତ ପରିବାରଙ୍କୁ ଉପଯୁକ୍ତ ସମ୍ମାନ ଦେବା ସଂଗେ ସଂଗେ ସବୁବେଳେ ଦଳିତଙ୍କ ବିକାଶ ପାଇଁ କାର୍ଯ୍ୟ କରିବ ବୋଲି ପ୍ରକାଶ କରିଥିଲେ । ଏହି ମିଶ୍ରଣ ପର୍ବରେ ପିସିସି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ବିଭୁ ପ୍ରସାଦ ତରାଇ, ପିସିସି ଉପ ସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପିସିସି ଅନୁସୂଚିତ ଜାତି ବିଭାଗ ଆବାହକ ଦେବେନ୍ଦ୍ର ମଲ୍ଲିକ, ଅଲୋକ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । 

Leave A Reply

Your email address will not be published.