ଡାବୁଗାଁ ବିଇଓ ଙ୍କୁ ଏକ୍ସ କେଡର- ୨୦୨୪ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା

3

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୮/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଏକ୍ସ କେଡର ୨୦୨୪ ଶିକ୍ଷକ ସଂଘ ତରଫରୁ ଡାବୁଗାଁ ଶିକ୍ଷା ବିଭାଗର ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ବିଇଓ ରଶ୍ମିତା ନେତମ ଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ସଂଘର ସଭାପତି ବିଶ୍ୱେଶ କୁମାର ତ୍ରିପାଠୀ ଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା ମାନେ ବିଇଓ ରଶ୍ମିତା ନେତମ ଙ୍କୁ କାର୍ଯ୍ୟାଳୟ ପରିସରରେ ଫୁଲତୋଡ଼ା ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ। ସୂଚନା ଥାଉ କି ଡାବୁଗାଁ ର ପୂର୍ବତନ ବିଇଓ ଶିବ ଶଙ୍କର ମଣ୍ଡଳ ନଭେମ୍ବର ୨୦୨୪ ରେ ଅବସର ଗ୍ରହଣ ପରେ ପଦବୀ ଖାଲି ପଡିଥିଲା। କଳାହାଣ୍ଡି ଜିଲ୍ଲା କୋକ ସରା ରେ ବିଇଓ ଥିବା ରଶ୍ମିତା ନେତମ ଙ୍କୁ ଡାବୁଗାଁ ବଦଳି ପରେ ଶ୍ରୀମତୀ ନେତମ ଚଳିତ ଫେବୃଆରୀ ମାସରେ କାର୍ଯ୍ୟରେ ଯୋଗ ଦେଇଥିଲେ। ଏହି ସ୍ଵାଗତ ସମ୍ବର୍ଦ୍ଧନା ସମୟରେ ସଂଘ ର ସମ୍ପାଦକ ରଞ୍ଜିତ ଗୁପ୍ତା,କୋଷାଧ୍ୟକ୍ଷ ବିଭୁଦତ୍ତ ବିଶୋଇ,କର୍ମକର୍ତ୍ତା ନିରାକାର ପ୍ରଧାନ,ମନୋଜ ବିଶୋଇ, ଟୁନୁ ସାହୁ,ସପନ କୁମାର ମାଝୀ,ଅମୂଲ୍ୟ ନାୟକ, ରୀୟାବିନ ସୁନା ଓ ମୀନକେତନ ଚଂପତି ରାୟ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.