ବିଜେପୁର :-ବିଜେପୁର ବ୍ଲକ ପୁଞ୍ଜିପଥର ଠାରେ ସଭାପତି ସୁବାସ ପଧାନ ଙ୍କ ନେତୃତ୍ୱ ରେ ବ୍ଲକ ସ୍ତରୀୟ କୃଷକ ସଂଗଠନ ର ବୈଠକ ବସିଥିଲା। ଏହି ସଭାରେ ଗଙ୍ଗାଧର ମେହେର ମେଘା ଜଳସେଚନ ପ୍ରକଳ୍ପ ର ସମସ୍ୟା,ବିଦ୍ୟୁତ ସମସ୍ୟା, ଧାନ ଚାଷ,ଚାଷୀ ଋଣ, , ସାର ଆଦି ପ୍ରସଙ୍ଗ ରେ ବିସ୍ତୃତ୍ବ ଭାବେ ଆଲୋଚନା ହୋଇଥିଲା। ପରେ ସଂଯୁକ୍ତ କୃଷକ ସଂଗଠନ ର ଉପଦେଷ୍ଟା ରମେଶ ମହାପାତ୍ର ହେବାକୁଥିବା
ସଂଯୁକ୍ତ କୃଷକ ସଙ୍ଗଠନ ବରଗଡ଼ ତରଫରୁ ଆସନ୍ତା 17 ମାର୍ଚ୍ଚ 2025 ରେ ରାଜ୍ୟସ୍ତରୀୟ କିସାନ ମହାପଞ୍ଚାୟତ ଜିଲ୍ଲା ର ଜର୍ଜ ହାଇସ୍କୁଲ ପଡିଆ ଠାରେ କାର୍ଯ୍ୟକ୍ରମ ହେବାର ଥିଲା। ହେଲେ ଜିଲ୍ଲା ଆରକ୍ଷୀ ଅଧିକାରୀ ପରୀକ୍ଷା ଏବଂ ଆଇନ ଶୃଙ୍ଖଲା ଦୃଷ୍ଟି ରୁ ଅସୁବିଧା ହେବ ବୋଲି ଗତ 13 ତାରିଖ ରେ ବରଗଡ଼ ଜିଲ୍ଲା ଭିତର କାର୍ଯ୍ୟକ୍ରମ କରି ପାରିବେ ନାହିଁ ବୋଲି ପାଇଥିବା ଅନୁମତି କୁ ଖାରଜ କରିଦେଲେ। ପରେ ବହୁତ ବିଚାର ବିମର୍ଶ ପରେ ଜିଲ୍ଲା ବାହାରେ ସୟାଁ ଖେଳପଡିଆ ଠାରେ ପୁଣି ଜିଲ୍ଲା ପ୍ରଶାସନ ଅନୁମତି ଦେଇଛନ୍ତି ଏବଂ ସେଠାରେ ମହାପଞ୍ଚାୟତ ହେବ ବୋଲି ପ୍ରକାଶ କରିଥିଲେ। ପରେ ବିଜେପୁର ବ୍ଲକ ରେ କୃଷକ ସଂଗଠନ ର ମହେନ୍ଦ୍ର ପଧାନ, ବିନୋଦ ଚୌଧୁରୀ, ଲକ୍ଷପତି ନାଗ, ହେମଚନ୍ଦ୍ର ସାମଲ, ଶଙ୍କର୍ଷଣ ବେହେରା, ଭିକାରି ମେହେର, ଦୁର୍ଗାପ୍ରସାଦ ଭୋଇ, କ୍ଷୀରୋଦ୍ର ପଧାନ, କ୍ଷୀରସିନ୍ଧୁ ବଗର୍ତ୍ତୀ, ନୀଳାଚଳ ସବୁ, ହରିବୋଲ ସାହୁ, ରାମମିଷ୍ଟର ସାହୁ, ପ୍ରଶାନ୍ତ ଭୋଇ ଙ୍କୁ ନୂତନ ସଦସ୍ୟ ଭାବେ ଗ୍ରହଣ କରାଯାଇଥିବା ବେଳେ ମହାପଞ୍ଚାୟତ କୁ ସମସ୍ତ ପ୍ରକାର ସାହାଯ୍ୟ କରିବା ସର୍ବସମ୍ବଦ ପ୍ରସ୍ତାବ ପାରିତ ହୋଇଛି। ବାରମ୍ବାର ଲାଇନ କାଟ କୁ ତୀବ୍ର ବିରୋଧ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post