ବଲାଙ୍ଗିର , ୨୮ /୦୨ : ଶାସକ ପ୍ରଶାସକ (ଘନଶ୍ୟାମ ନାଗ)ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଓସଡ଼ମା ଏବଂ ଏନଡିମଏ ସହାୟତାରେ ବଲାଙ୍ଗିର ଜିଲ୍ଲାର ବିପିସିଏଲ ପ୍ଳାଣ୍ଟରେ ମକ ଏକ୍ସରସାଇଜ ଅନୁଷ୍ଠିତ ହୋଇଛି । ଆସିଷ୍ଟାଣ୍ଟ କଲେକ୍ଟର(ଜରୁରୀକାଳିନ) ସସ୍ମୀତା ପ୍ରଧାନ, ସ୍ବାଧୀନ କୁମାର ବେହେରା, ବବିତା ସିଂଙ୍କ, ବିଡିଓ ହୃଷୀକେଶ ଗଣ୍ଡଙ୍କ ପ୍ରତେକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ କରାଯାଇଥିଲା । ଶିଳ୍ପଗୁଡିକରେ ମକ ଏକ୍ସରସାଇଜ କରିବା ନିମନ୍ତେ ସ୍ଥାନୀୟ ପୋଲିସ, ଅଗ୍ନିସମ ବିଭାଗ, ଓଡ୍ରାଫ, ଏନଡ଼ିଆରଏଫ, ମେଡ଼ିକାଲ, ଜିଲ୍ଲା ଶିଳ୍ପ କେନ୍ଦ୍ର ଇତ୍ୟାଦି ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଥିଲା । ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଆପଦ ମିତ୍ର, ସ୍ଥାନୀୟ ଅଧିବାସୀ, ଆଶା, ଅଙ୍ଗନବାଡି କର୍ମୀ ବହୁଳ ସଂଖ୍ୟାରେ ଯୋଗଦାନ ଦେଇ ଏହାକୁ ସଫଳ କରିଥିଲେ। ଶେଷରେ ରାସାୟନିକ ବିପର୍ଯ୍ୟୟକୁ ଓସଡ଼ମା ଏବଂ ଏନଡିମଏ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମକ ଏକ୍ସରସାଇଜର ସମୀକ୍ଷା କରାଯାଇ ଏହା କିପରି ଆଗାମୀ ଦିନରେ ଅଧିକରୁ ଅଧିକ ଶିଳ୍ପରେ କରାଯାଇ ସଚେତନତା ସୃଷ୍ଟି କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post