ହିଞ୍ଜିଳିକାଟୁ:୦୨/୧୦/୨୬(ରଜତ ପଟ୍ଟନାୟକ)ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ହିଞ୍ଜିଳିକାଟୁ ପୌର ପରିଷଦ ଦ୍ୱାରା ଏକ ସ୍ୱଚ୍ଛତା ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା,ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ବେଉରା।ଏହି ଅବସରରେ ପୌର ପରିଷଦର ଅଧ୍ୟକ୍ଷ ସୁବାଷ ପଲେଇ,ହିଞ୍ଜିଳି ବିଧାନ ସଭା ବିଜେପି ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ର, ବିଜେପି ନଗର ସଭାପତି ସୁଧାଂଶୁ ସାବତ,ଜିଲ୍ଲା ଉପସଭାପତି ସନ୍ତୋଷ ପାଣିଗ୍ରାହୀ,ବରିଷ୍ଟ ନେତା ମାଧବ ଗୌଡ, ଜିଲ୍ଲା ସମ୍ପାଦକ ଇ.ଅନ୍ତର୍ଯ୍ୟାମୀ ପାତ୍ର,ଯୁବ ନେତା ରାକେଶ ରଥ,ନଗର ଯୁବ ମୋର୍ଚ୍ଚା ସଭାପତି ବଳରାମ ପଣ୍ତା,ସମ୍ପାଦକ ନାରାୟଣ ପାଢୀ,ଯୁବ ନେତା ନିତେଶ ପଣ୍ତା ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଓ ପୌର ପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପୌର ପରିଷଦ ରୁ ଏକ ରାଲି ବାହରି ବିଜୁ ପଟ୍ଟନାୟକ ଛକ,ଥାନା ସାଇ ଦେଇ ବେବର୍ତ୍ତା ବନ୍ଧ ପରିସର ରେ ପହଞ୍ଚି ସେଠାରେ ସଫେଇ କରିବା ସହ ବୃକ୍ଷ୍ୟ ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସହରକୁ ସଫା ଓ ସୁସ୍ଥ କରିବା,ଏବଂ ସମସ୍ତଙ୍କୁ ସ୍ୱଚ୍ଛତାର ପ୍ରତି ସଚେତନ କରିବା।ହିଞ୍ଜିଳିକାଟୁ ସମ୍ପୂର୍ଣ୍ଣ ହେବାକୁ ସ୍ଵଚ୍ଛତା ସଭାଗୃହ,ରାସ୍ତା ଓ ବେବର୍ତ୍ତା ବନ୍ଧ ପରିସର ସଫା କରାଯାଇଥିଲା।ଲୋକମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେଇ ସ୍ୱଚ୍ଛ ଓ ସୁନ୍ଦର ହିଞ୍ଜିଳିକାଟୁ ନିମିତ୍ତ ମିଳିତ ପ୍ରୟାସ କରିଥିଲେ।ଏହା ଗାନ୍ଧୀ ଜୟନ୍ତୀର ଆତ୍ମାକୁ ପ୍ରକାଶ କରି ସମାଜରେ ସଫାଇ ଓ ସେବାର ମୂଲ୍ୟକୁ ଆଗକୁ ବଢ଼ାଇଛି।ସ୍ୱଚ୍ଛତା ହିଁ ସେବାରେ ସଭାଗୃହ,ରାସ୍ତା ଓ ବେବର୍ତ୍ତା ବନ୍ଧ ପରିସର ସଫା କରି ଆମେ ସମସ୍ତେ ଏକ ସୁସ୍ଥ ଓ ସୁନ୍ଦର ଜୀବନ ନିମିତ୍ତ ଆଗକୁ ବଢ଼ିବାର ଭାବନାକୁ ଜୀବନ୍ତ କରିଛୁ ବୋଲି ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।