ହିଞ୍ଜିଳିକାଟୁ ୦୨/୧୦/୨୬(ରଜତ ପଟ୍ଟନାୟକ) ଅକ୍ଟୋବର ୦୨ ଗାନ୍ଧି ଜୟନ୍ତୀ ରୁପେ ସାରା ଭାରତରେ ପାଳନ ହୋଇଯାଇଛି।କିନ୍ତୁ ହିଞ୍ଜିଳିକାଟୁ ବ୍ଲକ୍ ପକ୍ଷରୁ ଗାନ୍ଧି ଜୟନ୍ତୀ ଅବସରରେ ଶୁକ୍ରବାର ଦିନ ସକାଳ ୧୧ ଘଣ୍ଟ ସମୟରେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ବେଲଗାଁ ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ,ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ “ଜଳ ଅର୍ପଣ ଦିବସ”ଭଳି ଏକସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା,କିଭଳି ପାନୀୟ ଜଳର ସଦୁପଯୋଗ କରାଇବା.ମୁଖ୍ୟତଃ କହିବାକୁ ଗଲେ ହିଞ୍ଜିଳିକାଟୁ ବ୍ଲକର ସମସ୍ତ ପଞ୍ଚାୟତ ମଧ୍ୟରେ,ବେଲଗାଁ ପଞ୍ଚାୟତ ପାନୀୟ ଜଳ ଯୋଗାଣର ସୁପରିଚାଳନା କରିବାର ସମର୍ଥ ବା ଏକ ଉଦାହରଣ ସୃଷ୍ଟି କରିପାରିଛି,ଏବଂ ଏଭଳି କାର୍ଯ୍ୟ ଲାଗି ବିଗତ ଦିନରେ ମଧ୍ୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଠାରୁ ପୁରସ୍କୃତ ହୋଇ ସମସ୍ତଙ୍କ ମନରେ ଉଲ୍ଲାସ ଭରି ଦେଇଛି.ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସୁଶ୍ରୀ ସାଗରୀକା ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସରସ୍ୱତୀ ସେଠୀ ଯୋଗ ଦେଇଥିଲେ।ସ୍ଥାନୀୟ ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ସୁରଜ କୁମାର ବେହେରା ନାୟକ,ଓଏସ ପ୍ରୋବେଶନ ହିଞ୍ଜିଳି ସୋନାଲି ତ୍ରିପାଠୀ ହିଞ୍ଜିଳି ବିଜେପି ବିଧାୟକ ପାର୍ଥି ଶ୍ରୀ ଶିଶିର ମିଶ୍ର,ବେଲଗାଁ ଥାନା ଭାର ପ୍ରାପ୍ତ ଅଧିକାରୀ ଶ୍ରୀମତୀ ସ୍ମିତାଞ୍ଜଳି ପ୍ରଧାନ ସ୍ଥାନିୟ ସରପଞ୍ଚ ଶ୍ରୀମତୀ ଲଷ୍ମୀ ସାହୁ,ସମିତି ସଭ୍ୟା ଶ୍ରୀମତୀ ଲିଲି ପଣ୍ଡା,ହିଞ୍ଜିଳି ବିଧାୟକଙ୍କ ପ୍ରତିନିଧି ଏଳା ସୁଦର୍ଶନ,ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସୁନୀଲ ଗନ୍ତାୟତ,RWSS SDO ଶ୍ରୀ ସିମାଞ୍ଚଳ ବେହେରା,CP ଶ୍ରୀ ଦଣ୍ଡପାଣି ଦାସ,ସହକାରୀ ଯନ୍ତ୍ରି ଶ୍ରୀ ପ୍ରଶ୍ନ କୁମାର ଦଳାଇ,ଓ ସନ୍ତୋଷ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ମହାପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରଦୀପ ପ୍ରଜ୍ଵଳନ କରି ,କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ|

ଏହି ଜଳ ଅର୍ପଣ ଦିବସ କାର୍ଯ୍ୟକ୍ରମ ସ୍ଥାନୀୟ ସରପଞ୍ଚଙ୍କ ସମେତ ସେଠାକାର ଯୁବ ସମାଜ ସେବି ଶ୍ରୀନିବାସ ସାହୁ ଏବଂ ଶ୍ରୀ ନୀଳାଞ୍ଚଳ ପାଣିଗ୍ରାହୀ ସୁନ୍ଦର ଭାବେ ପରିଚାଳନା କରିଥିଲେ।ପରିଶେଷରେ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଦିଆଯାଇଥିବା ବେଳେ ସ୍ଥନୀୟ ୱାର୍ଡ ମେମ୍ବର, ଆଶା କର୍ମୀ,ସି.ଆର୍ .ପି ଓ ଭି.ସି କମିଟି ମେମ୍ବର ମାନଙ୍କୁ ମଧ୍ୟ ପୁରସ୍କୃତ କରଯାଇଥିଲା ପରିଶେଷରେ ପ୍ରତିଦିନ ଘରକୁ ଘର ପାଣି ଛାଡିବା ପାମ୍ପ ଗୃହକୁ ଗୋଷ୍ଟି ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଡଙ୍ଗୀ ଦ୍ୱାରା ଉଦଘାଟନ କରାଯାଉଥିବା ପରେ କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିଲା।