ଲେମଧର ସେବାଶ୍ରମର ବାର୍ଷିକୋତ୍ସବ: ମେଧାବୀ ଛାତ୍ରୀ ପ୍ରୀତି ରଣା ସମ୍ବର୍ଦ୍ଧିତ

3

  ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜାରିଂ କ୍ଲଷ୍ଟର ଅନ୍ତର୍ଗତ ଲେମଧର ସେବାଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଅଶୋକ କୁମାର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅବସରପ୍ରାପ୍ତ ଶିକ୍ଷକ ନଵ କିଶୋର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ରାଜେଶ୍ଵର ବେହେରା,ଜାରିଂ ସ୍କୁଲର ପ୍ରଧାନଶିକ୍ଷକ ଭାଦ୍ରବ ପାଣ୍ଡେ, ସ୍କୁଲର ଚେୟାରମେନ ବୀଣାପାଣି ମଲ୍ଲିକ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।ଅପୂର୍ଣ୍ଣତା ହିଁ ପୂର୍ଣ୍ଣତାର ମାର୍ଗଦର୍ଶକ। ତେଣୁ ନିଜକୁ ଅପୂର୍ଣ୍ଣ ପାତ୍ର ମନେ କରି ସାଧନା ଓ ଅଧ୍ୟବସାୟ ଜାରି ରଖିଥିଲେ ସଫଳତା ସୁନିଶ୍ଚିତ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ। ସ୍ଥାନୀୟ ସ୍କୁଲର ଛାତ୍ରୀମାନେ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ। ଶିକ୍ଷୟିତ୍ରୀ ଟିକେଶ୍ଵରୀ ସେଠ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ବିଗତ ଶିକ୍ଷା ବର୍ଷର ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଛାତ୍ରୀ ପ୍ରୀତି ରଣାଙ୍କୁ ତାଙ୍କ ମାତାଙ୍କ ଗହଣରେ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବରୁ ଆୟୋଜିତ ବାର୍ଷିକ କ୍ରୀଡା ଓ ପ୍ରବନ୍ଧ, ବକୃତା,ଗଳ୍ପ କଥନ ଆଦି ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ପରେ ଛାତ୍ରୀ ଛାତ୍ର ମାନଙ୍କ ଦ୍ୱାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Leave A Reply

Your email address will not be published.