ଚେନ୍ନାଇରୁ ଉଦ୍ଧାର ହେଲେ ଅପହୃତା ନାବାଳିକା,

15
  • ଅପହରଣ ଅଭିଯୋଗରେ ନାବାଳକ ପୋଲିସ ହେପାଜତରେ


ଓଡ଼ଗାଁ, ୨୯।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳରୁ ନିଖୋଜ ଥିବା ଜଣେ ନାବାଳିକାଙ୍କୁ ଓଡ଼ଗାଁ ପୋଲିସ ଚେନ୍ନାଇରୁ ଉଦ୍ଧାର କରିଛି। ଏହି ଘଟଣାରେ ଜଣେ ନାବାଳକଙ୍କୁ ପୋଲିସ ହେପାଜତକୁ ନେଇଛି। ସୂଚନା ଅନୁଯାୟୀ, ଗତ ମେ ୨୨ ତାରିଖରେ ନାବାଳିକା ନିଖୋଜ ଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୋବାଇଲ୍ ଟ୍ରାକିଂ ମାଧ୍ୟମରେ ତଥ୍ୟ ସଂଗ୍ରହ କରି ଓଡ଼ଗାଁ ଥାନା ସବ୍‌-ଇନ୍ସପେକ୍ଟର ଚକ୍ରଧର ସିଂଙ୍କ ନେତୃତ୍ୱରେ ପୋଲିସ ଚେନ୍ନାଇରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିବା ସହ ନାବାଳକଙ୍କୁ ହେପାଜତରେ ନେଇ ଓଡ଼ଗାଁ ଫେରିଥିଲା। ନାବାଳିକାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ମାଜିଷ୍ଟ୍ରେଟଙ୍କ ନିକଟରେ ତାଙ୍କ ବୟାନ ରେକର୍ଡ କରାଯାଇଛି। ଘଟଣାରେ ପୋଲିସର ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଜାରି ରହିଛି। ନାବାଳକ-ନାବାଳିକାଙ୍କ ନିଖୋଜ ଘଟଣା ବଢ଼ୁଥିବା ପରିପ୍ରେକ୍ଷୀରେ ପରିବାର ସହିତ ସ୍ଥାନୀୟ ପ୍ରଶାସନ ଓ ସମାଜର ସଚେତନତା ଏବଂ ସମନ୍ୱିତ ପଦକ୍ଷେପର ଆବଶ୍ୟକତା ରହିଛି।

Leave A Reply

Your email address will not be published.