ଲୋକଙ୍କ ନିକଟରେ ଏନ୍‌ଏସି ପ୍ରଶାସକ

15


ସମସ୍ୟା ବୁଝିଲେ, ସମାଧାନର ପ୍ରତିଶ୍ରୁତି ରଖିଲେ,


ଓଡ଼ଗାଁ, ୨୯।୯(ଶ୍ରୀକାନ୍ତ କୁମାର ମିଶ୍ର): ଲୋକଙ୍କ ସମସ୍ୟା ଜାଣିବା ପାଇଁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ମଙ୍ଗଳବାର ମଠଖଜୁରିଆ ଓ କୁମ୍ଭିଆପଲ୍ଲୀ ଗ୍ରାମ ପରିଦର୍ଶନ କରିଥିଲେ। ଗ୍ରାମବାସୀଙ୍କଠାରୁ ରାନକାଡ୍‌, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଭିନ୍ନ ଭତ୍ତା, ରାସ୍ତାଘାଟ ଓ ଡ୍ରେନ୍‌ ନିର୍ମାଣ ସମ୍ପର୍କିତ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ। ପରେ ଇଞ୍ଜିନିୟର ଜ୍ଞାନ ରଞ୍ଜନ ନାୟକ ଓ ସାର୍ଥକ ସ୍ୱାଇଁଙ୍କ ସହ ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ହିତାଧିକାରୀଙ୍କୁ ଭେଟିଥିଲେ। ଖୁବଶୀଘ୍ର ଆବଶ୍ୟକ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବାକୁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଏମ୍‌ ଶୁଭମ୍‌, ବରଦା ପ୍ରସନ୍ନ ଦାସ, ପୁଷ୍ପାଞ୍ଜଳି ମହାନ୍ତି, ନୀଳମାଧବ ମିଶ୍ର, ସୂର୍ଯ୍ୟକାନ୍ତ ପଟ୍ଟନାୟକ ପ୍ରମୁଖ ଏନ୍‌ଏସି କର୍ମଚାରୀ ଉପସ୍ଥିତ ରହି ଆବଶ୍ୟକ ତଥ୍ୟ ସଂଗ୍ରହ କରିଥିଲେ।

Leave A Reply

Your email address will not be published.