ଶିଶୁଙ୍କ ଯତ୍ନ, ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ୱ,
ଓଡ଼ଗାଁ, ୨୯।୯(ଶ୍ରୀକାନ୍ତ କୁମାର ମିଶ୍ର): ସରକାରଙ୍କ ନିଷ୍ପତ୍ତି ଓ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ୍ରମେ ରାଜ୍ୟର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରେ ‘ଆଙ୍ଗନ୍ କି ଉତ୍ସବ’ ପାଳିତ ହୋଇଛି। ଏହି ଅବସରରେ ଓଡ଼ଗାଁ ବ୍ଲକ ଗୌଡ଼ପୁଟ ପଞ୍ଚାୟତର ଯଦୁପୁର ଅଙ୍ଗନୱାଡି କେନ୍ଦ୍ରରେ ଉତ୍ସବ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଶିଶୁ ଓ ଅଭିଭାବକମାନେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ମନୋନୀତ ତିନିଜଣ ଅଭିଭାବକଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଫଳଡାଲା ଦେଇ ସମ୍ମାନିତ କରାଯାଇଥିଲା। ସେହିପରି ଓଡ଼ଗାଁ ବ୍ଳକର ଓଡ଼ଗାଁ, ଭାଡିକିଳା, ରଙ୍ଗଣୀପାଟଣା,କୁମାର ଆଦି ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଆଙ୍ଗନ୍ କି ଉତ୍ସବ ପାଳିତ ହୋଇଯାଇଛି।