ଗାଇସିଲେଟ :-ରାଜ୍ୟର ବିଭିନ୍ନ ପଂଚାୟତରେ ବହୁ ଉନ୍ନୟନ ମୂଳକ କାମ ପଡ଼ି ରହିଛି । ତେବେ ଏହି କାମ ପୂର୍ଣ୍ଣାଙ୍ଗ ହେବ ଅଧିକାରୀଙ୍କ ଇଚ୍ଛାଶକ୍ତି ଉପରେ ନିର୍ଭର କରେ । ଆଉ ଯଦି ଜଣେ ଜନମଙ୍ଗଳକାରି ଅଧିକାରୀ ଏସବୁ ପ୍ରତି ଧ୍ୟାନ ଦିଅନ୍ତି ତେବେ ସମସ୍ୟାର ସମାଧାନ ହେବାକୁ ବେଶୀ ସମୟ ଲାଗେ ନାହିଁ । ଏହି ଭଳି ଜଣେ ଅଧିକାରୀ ହେଉଛନ୍ତି ବରଗଡ଼ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲଲାଟ କୁମାର ଲୁହା । ଆଜି ଗାଇସିଲେଟ ବ୍ଲକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାମର ତଦାରଖ କରିଛନ୍ତି । ପ୍ରଥମେ ଜାମୁଟପାଲି ଗ୍ରାମପଞ୍ଚାୟତ ଗ୍ରିଣ୍ଡୋଲମାଲ ଗ୍ରାମରେ ପହଞ୍ଚି ଛତୁ ଚାଷ ଓ ସ୍ବୟଂ ସହାୟକ ଗୋଷ୍ଠୀର ଲୁଗାବୁଣା କାର୍ଯ୍ୟ ତଦାରଖ କରିବା ପରେ କଟାବାହାଲ ଗ୍ରାମପଞ୍ଚାୟତ କୁଲିଆରୀ ଗ୍ରାମରେ ମନରେଗା ଯୋଜନାରୁ ଚାଲିଥିବା ନୂତନ ପୋଖରୀ ଖନନ,କେନାଲ କାମ ଆଦିର ତଦାରଖ କରିଥିଲେ । ପରେ କଟାବାହାଲ ସରପଞ୍ଚ ଶ୍ରୀମତୀ ଅର୍ପିତା ପଣ୍ଡାଙ୍କ ଅନୁରୋଧ କ୍ରମେ କଟାବାହାଲ ଠାରେ ଅସମ୍ପୂର୍ଣ୍ଣ ହୋଇ ପଡିରହିଥିବା ଗ୍ରାମୀଣ ଉଦ୍ୟାନ, ଗ୍ରାମୀଣ ହାଟ, ଦେବତାଗୁଡ଼ି ନାଲା, ବୁଢ଼ାରଜା ଗୁଡ଼ି ଆଦି କାର୍ଯ୍ୟ ତଦାରଖ କରିଥିଲେ । ବିଶେଷ କରି କଟାବାହାଲ ଠାରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନ ଥିବାରୁ ଏକ ନୂତନ କାର୍ଯ୍ୟାଳୟ ଓ ସମସ୍ତ ଗ୍ରାମରେ ଶବ ଦାହ ଗୃହ ନିର୍ମାଣ କରିବା ସହ ଅନେକ ସମସ୍ୟା ବିଷୟରେ ସରପଞ୍ଚ ଶ୍ରୀମତୀ ପଣ୍ଡା ଆଲୋଚନା କରିଥିବା ବେଳେ ଖୁବ ଶୀଘ୍ର ଏହି ସମସ୍ୟା ଗୁଡ଼ିକର ସମାଧାନ କରିବା ପାଇଁ ଶ୍ରୀଯୁକ୍ତ ଲୁହା ପ୍ରତିଶ୍ରୁତି ଦେଇଥିଲେ । ତେବେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ନିଜେ ଆନ୍ତରିକତା ଦେଖାଇବା ସହ ଘରୋଇ ସୁରରେ କର୍ପୋଷ୍ଟ ପିଟ, ସୋକ ପିଟ,ବ୍ୟକ୍ତିଗତ ପାଇଖାନା,ସ୍କୁଲ ଅଙ୍ଗନୱାଡ଼ି କେନ୍ଦ୍ର,ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ପାଇଖାନା,ନଳକୂପ ଠାରେ ସୋକ ପିଟ,ଡ୍ରେନ ଏଣ୍ଡପଏଣ୍ଡ ରେ ସୋକ ପିଟ,ଘରକୁ ଘର ବର୍ଜ୍ୟବସ୍ତୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ଯମରେ ସଂଗ୍ରହ,କଠିନ ଓ ତରଳ ବର୍ଜ୍ୟବସ୍ତୁର ସୁପରିଚାଳନା ବିଷୟରେ ସମସ୍ତଙ୍କ ସହ ଆଲୋଚନା କରିଥିବାରୁ ୱାର୍ଡ ସଭ୍ୟ ସଭ୍ୟା ଓ ସରପଞ୍ଚ ଶ୍ରୀମତୀ ପଣ୍ଡା ଖୁବ ପ୍ରଶଂସା କରିଥିଲେ । ଏହି ଅବସରରେ ଅତିରିକୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସୁରଜ କୁମାର ପଟ୍ଟନାୟକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ମାଝି, ଜିଲ୍ଲା ପରିମଳ ପରାମର୍ଶ ଦାତା ଶ୍ରୀଯୁକ୍ତ ମଧୁସୁଦନ ସେଠୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଭୀଷ୍ମ ମାଝି ଏବଂ ବ୍ଲକର ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ ସଭା ଗୃହରେ ସମସ୍ତ ଅଧିକାରୀମାନଙ୍କ ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିବା ସହ ଖୁବ ଶୀଘ୍ର ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ ଗୁଡ଼ିକ ସମ୍ପୂର୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post